Odiapua.com

ଭଣ୍ଡାରିପୋଖରୀରେ ନିର୍ମାଣ ହେବ ୩୩ କେଭି ବିଦ୍ୟୁତ ଷ୍ଟ୍ରକଚର

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସଦର ମହକୁମାରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ କରାଯିବ । ଶନିବାର ରାଜ୍ୟ କ୍ୟାବିିନେଟରେ ଏହା ଅନୁମୋଦନ ଲାଭ କରିଛି । ବ୍ଲକ ଅଞ୍ଚଳରେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଥିବା ଷ୍ଟ୍ରକଚର ଭଣ୍ଡାରିପୋଖରୀ ସଦର ମହକୁମା ପାଇଁ ଯଥେଷ୍ଟ ହେଉନାହିଁ । ଐଥିପାଇଁ ଏକ ସ୍ୱତନ୍ତ୍ର ଷ୍ଟ୍ରକଚର ଆବଶ୍ୟକ ବୋଲି ୫ଟି ଅଧ୍ୟକ୍ଷଙ୍କ ଭଣ୍ଡାରିପୋଖରୀ ଗସ୍ତ ବେଳେ ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଦେବେନ୍ଦ୍ର ଦାଶ, ହେମନ୍ତ ଜେନା, ଜିଲ୍ଲଶ ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସାଂସଦ ପ୍ରତିନିଧି ଲଳିତ ରାଉତ ପ୍ରମୁଖ ଲିଖିତ ଭାବେ ଜଣାଇଥିଲେ । ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଏହି ଆବଶ୍ୟକତା ସମ୍ପର୍କରେ ୫ଟି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଦାବି ରାଜ୍ୟ କ୍ୟାବିନେଟରେ ଶନିବାର ଅନୁମୋଦିତ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ବ୍ଲକ ଅଞ୍ଚଳର ବିଦ୍ୟୁତ ସେବା ଯୋଗାଣ ପାଇଁ ସର୍ବପୁରାତନ ୧୬ ନଂ ଜାତୀୟ ରାଜପଥର ଧାମନଗର ଛକ ଷ୍ଟ୍ରକଚର ରହିଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଡାହାଲା ଠାରେ ଓ ୩ୟ ପର୍ଯ୍ୟାୟରେ ରାଢୋ ଠାରେ ମାଳଦା ଷ୍ଟ୍ରକଚର ସହ ବିଶୋଳ ଠାରେ ଏକ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ଏହି ୪ଟି ଷ୍ଟ୍ରକଚର ବ୍ୟତୀତ ଭଣ୍ଡାରିପୋଖରୀ ବ୍ଲକ ସଦର ମହକୁମାରେ ଅନ୍ୟ ଏକ ଷ୍ଟ୍ରକଚର ନିର୍ମାଣ କରାଯିବ । ଏହି ସହ୧୬ ନଂ ଜାତୀୟ ରାଜପଥର ଧାମନଗର ଚକ ଠାରେ ନିର୍ମାଣାଧିନ ଟେକ୍ସଟାଇଲ ପାର୍କ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମଧ୍ୟ କ୍ୟାବିନେଟ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି ।