Odiapua.com

ଭଡାଘରୁ ଆଇନଜିବୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର,୨୦/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ରାଜଧାନୀ ଭୁବନେଶ୍ଵର ର ଏକ ଭଡାଘରୁ ଜଣେ ମହିଳା ଆଇନଜିବୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲିଙ୍ଗିପୁର ଅଞ୍ଚଳର ଏକ ଭଡ଼ା ଘରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ମୃତ ମହିଳା ଆଇନଜିବୀ ଜଣକ ଦୀପାବଳି ପ୍ରିୟଦର୍ଶିନୀ ବୋଲି ଜଣାପଡିଛି । ତେବେ ଖବର ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଏବେ ପୋଲିସ ଖୋଜୁଥିବା ସୂଚନା ମିଳିଛି ।