Odiapua.com

ଭଜନ ସମ୍ରାଟ ଭିକରୀବଳଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ପାଳିତ

ପୁରୀ, ୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଭଜନ ସମ୍ରାଟ ଭିକାରୀବଳଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶିବଶକ୍ତି ପରିବାର ପକ୍ଷରୁ ଏକ ଭଜନ ସମାରୋହ ସ୍ଥାନୀୟ ଭୋଳାନାଥ ବିଦ୍ୟାପୀଠ ସମ୍ମୁଖ ଶରଧାବାଲି ଠାରେ ମହାସମାରୋହରେ ପାଳିତ ହୋଇଥିଲା। ପ୍ରାକ୍ତନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଭଜନ ସମ୍ରାଟ ଭିକାରୀବଳଙ୍କ ସ୍କୃତି ଉଦେଶ୍ୟରେ ଅନୁଷ୍ଠିତ ହେଉଥିବା ଏହି ଭଜନ ସମାରୋହ ଉଦ୍ୟକ୍ତାମାନଙ୍କ ଏକ ପ୍ରସଂଶନୀୟ ଉଦ୍ୟମ। ଭଜନସମ୍ରାଟ ଭିକାରୀବଳଙ୍କର ଗୀତଗୁଡ଼ିକ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଜୀବିତ ହୋଇ ରହିଛି। ସେ ଓଡ଼ିଆଜାତି ପାଇଁ ସର୍ବଦା ଚୀରସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ। ପ୍ରାରମ୍ଭରେ ଶ୍ରୀମହାନ୍ତି ପ୍ରଦୀପ ପ୍ରଜ୍ୱଳଳନ କରିଏହି ଭଜନ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ, ନୃତ୍ୟଗୁରୁ, ସମାଜସେବୀଙ୍କୁ ଭିକାରୀବଳ ସ୍କୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱର୍ଗତ ଭିକାରୀବଳଙ୍କ ପୁତ୍ର ଅଶୋକ ବଳ ଭିକାରୀବଳଙ୍କ ଗୀତ ଗୁଡ଼ିକ ତାଙ୍କର ସୁଲଳିତ କଣ୍ଠରେ ପରିବେଷଣ କରି ଶ୍ରୋତାମାନଙ୍କୁ ବିମୋହିତ କରିଥିଲେ। ରାଜୁ ମହାରଣା, ସଂଗ୍ରାମ କେଶରୀ ମିଶ୍ର, ଆଲୋକ ମହାପାତ୍ର, ଶେଖର ପାଢୀ, ରୂପଶ୍ରୀ ଦାସ ମହାପାତ୍ର, ବଦ୍ରି ମିଶ୍ର, ପ୍ରମୁଖଙ୍କୁ ଶ୍ରୀମହାନ୍ତି ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସଭାପତି କୈଳାସ ଦାସ, (କଇ) ଓ ସଂପାଦକ ବନମାଳି ସାହୁଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ ଏହି ଉତ୍ସବକୁ ପରିଚାଳନା କରିଥିଲେ।