Odiapua.com

ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ୯୮ତମ ଜନ୍ମମହୋତ୍ସବ ପାଳିତ

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ସତ୍ୟସାଇ ସେବା ସମିତି, ତିହିଡ଼ି ଆନୁକୂଲ୍ୟାରେ ଆବାହକ ଜିତେନ୍ଦ୍ର କୁମାର ବେହେରଙ୍କ ତତ୍ତ୍ୱାବଧାନରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ୯୮ତମ ଜନ୍ମ ମହୋତ୍ସବ ପ୍ରେମ, ଭକ୍ତି, ଶୃଙ୍ଖଳାର ସହିତ ଗୁରୁବାର ତିହିଡ଼ି ସାଇ ମନ୍ଦିର ଠାରେ ପାଳିତ ହୋଇଯାଇଛି । ପ୍ରାତଃ ୪.୩୦ଠାରୁ ଓଁ କାର, ସୁପ୍ରଭାତମ, ନଗର ସଂକୀର୍ତ୍ତନ, ଜ୍ୟୋତିଧ୍ୟାନ, ୧୦୮ ନାମାର୍ଚ୍ଚନା, ମଙ୍ଗଳ ଆରତି, ସେବାକାର୍ଯ୍ୟ, ପ୍ରଶାନ୍ତି ଧ୍ୱଜା ଉତ୍ତୋଳନ, ଷୋଡ଼ଶ ଉପଚାର ପୂଜା, ଶ୍ରୀ ସତ୍ୟସାଇ ଧ୍ୟାନ ବୃକ୍ଷରେ ପୂଜାର୍ଚ୍ଚନା, ଶାନ୍ତି ଅନାଥ ଆଶ୍ରମର ଅନ୍ତେବାସୀଙ୍କୁ ଫଳ, ମିଷ୍ଟାନ୍ନ,ବିଭୂତି, ଫଟୋ ବଣ୍ଟନ, ତିହିଡ଼ି ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ, ପୂଜ୍ୟପୂଜା ଉତ୍ସବ, ମାନପତ୍ର, ଉପଢ଼ୌକନ ପ୍ରଦାନ, କମ୍ବଳ ବଣ୍ଟନ, ପ୍ରସାଦ ସେବନ, ବିମାନ ପରିକ୍ରମା, ବେଦ ପାଠ, ଭଜନ, ପ୍ରଦୀପ ପ୍ରଜ୍ଜ୍ୱଳନ, ଝୁଲଣ, କେକ ସମର୍ପଣ, ଲଡ଼ୁ ବଣ୍ଟନ ସତ୍‌ସଂଗ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ତିହିଡ଼ି ବଜାର ପରିକ୍ରମା କରି ଶ୍ରୀ ସାଇଙ୍କର ବାର୍ତ୍ତା ପ୍ରଚାର କରିଥିଲେ । ଏହି ଅବସରରେ ବାଦଲ ନାୟକ, ଗଜେନ୍ଦ୍ର ପରିଡ଼ା, ଦିଲ୍ଲୀପ ମହାନ୍ତି ଓ ଶରତ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଡ. ଲକ୍ଷ୍ମୀଧର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୂଜାପୂଜା ଉତ୍ସବରେ ଜିଲା ସଭାପତି ନକୁଳ ଚନ୍ଦ୍ର ଜେନା, ସତ୍ୟସାଇ ଟ୍ରଷ୍ଟର ସଦସ୍ୟ ଇଂ ସନାତନ ପାତ୍ର, ଜିଲା ସଂଯୋଜକ ଜୟଚନ୍ଦ୍ର ବେହେରା,ଶ୍ରୀ ସତ୍ୟସାଇ ବିଦ୍ୟା ବିହାର, ଭଦ୍ରକର ସମ୍ପାଦକ ପାର୍ଥସାରଥି ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଶ୍ରୀ ସତ୍ୟସାଇଙ୍କ ମାର୍ଗକୁ ଅନୁଶରଣ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ତିହିଡ଼ି ସମିତିର ସେବାଦଳ ସଂଯୋଜକ ଜୟକୃଷ୍ଣ ସେଠୀ, ଅଧ୍ୟାତ୍ମିକ ସଂଯୋଜକ ହିମାଂଶୁ ଭଟ୍ଟାଚାର୍ଯ୍ୟ, ରମାକାନ୍ତ ନାଥ, ହରମୋହନ ରାଉତ, ପ୍ରଭାତ ରାଉଳ, ଦୀନବନ୍ଧୁ ମହାନ୍ତି, କୈଳାଶ ରାଉଳ, ନରହରି ଦଳେଇ, ରବିନ୍ଦ୍ର ଦାସ, ବାପୁଜୀ ନାୟକ, ବନମାଳି ମହାଳିକ, ମନୋରଂଜନ ବାରିକ, ମାଗୁଣି ନାୟକ, ଭଜହରି ଓଝା, ଜଗବନ୍ଧୁ ମାଝୀ, ନାରାୟଣ ନାୟକ, ନଳିନୀକାନ୍ତ ନାୟକ, ସୂର୍ଯ୍ୟନାରାୟଣ ମିଶ୍ର, ପ୍ରହ୍ଲାଦ ବଳ, ସୁବାସ ମହାଳିକ, ସଂଜୟ ମହାପାତ୍ର, ରାଧାଶ୍ୟାମ ବାରିକ, ରବିନ୍ଦ୍ର ଦାସ ଶରତ ବେହୁରା, ନାଗାର୍ଜୁନ ମହାଳିକ, ସୁବାସ ମାଝୀ, ଅନ୍ନପୂର୍ଣ୍ଣା ମହାନ୍ତି, ଶାନ୍ତିଲତା ବିଶ୍ୱାଳ, ସଂଧ୍ୟାରାଣୀ ରାଉଳ, ଏଲି ଭଟ୍ଟାଚାର୍ଯ୍ୟ, ସୋନମ ନାୟକ, କଳ୍ପନା ନାୟକ, ମନୋରମା ସ୍ୱାଇଁ, ବାସନ୍ତୀ ଜେନା, ମଂଜୁଲତା ବାରିକ, ସୀମାରାଣୀ ଜେନା, ଅନ୍ନପୂର୍ଣ୍ଣା ଦାସ, ପାର୍ବତୀ ଜେନା, ପ୍ରମୁଖଙ୍କ ସମେତ ସମସ୍ତ ଭଜନମଣ୍ଡଳୀ, ସେବାଦଳ କର୍ମୀମାନେ କାର୍ଯ୍ୟକ୍ରମର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।