ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଏବେ ଦୁର୍ନୀତି ର ଗନ୍ତାଘର ପାଲଟିଛି ,ନିକଟରେ ଜଣେ ଆର ଆଇ ଲାଂଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ବେଳେ ଧାମନଗର ବ୍ଲକରେ ଅନ୍ତଦୟ ଗୃହ ଯୋଜନା ବଂଟନ କୁ ନେଇ ଶାସକ ଦଳ ର କର୍ମୀ ଙ୍କ ବ୍ଲକ ଅଫିସ ରେ ଗଣ୍ଡଗୋଳ କୁ ନେଇ ବେସ ହଟ ଚମଟ ହେଉଥିବା ବେଳେ ଭଗବାନପୁର ପଂଚାୟତରେ ବିନା କାର୍ଯ୍ୟରେ ଶାସକ ଦଳ ର ସରପଂଚ ସରପଂଚ ଲାଇଟ ନ ଲଗେଇ ହଡ଼ପ ହୋଇଥିବା ଅଭିଯୋଗ ହୋଇଚି । ସୁଚନା ଥାଉକି ଉକ୍ତ ପଂଚାୟତ ରେ ବିଭିନ୍ନ ସ୍ଥାନ ରେ ଲାଇଟି ମରାମତି ସହିତ ନୂଆ ଲାଇଟି ଲାଗିବା ପାଇଁ ୨ ଲକ୍ଷ ଥିବା ବେଳେ ଉକ୍ତ କାର୍ଯ୍ୟ ନ ହୋଇ କଲେ ୧ ଲକ୍ଷ ୮୦ ହଜାର ଟଙ୍କା ବିଲି ହୋଇଥିବା ସୁଚନା ମିଳିଛି । ପ୍ରକାଶ ଥାଉ କି ଏହି ପଂଚାୟତର ପିଇଓ ରବିନ୍ଦ୍ର କୁମାର ଧଳ ନିଜ ନାମରେ କାର୍ଯ୍ୟାଦେଶ ଥାଇ ସରପଂଚ କାଂଚନ ସ୍ୱାଇଁଙ୍କ ଡି ଏସ ସି (ଡିଜିଟାଲ ସିଗନେଚର ସାର୍ଟିଫିକେଟ)ମାଧ୍ୟମରେ ଷ୍ଟ୍ରୀଟ ଲାଇଟ ମରାମତି ପାଇଁ ଗତ ୨୬ ତାରିଖରେ ୧ ଲକ୍ଷ ୮୦ ହଜାର ଟଙ୍କା ଉଠାଇଛନ୍ତି । ଯାହାର ସତ୍ୟତା ଇ ଗ୍ରାମ ସ୍ୱରାଜ ଯୋଜନାରୁ ସଂଗୃହୀତ ବିଲ ଫର୍ମ ଓ ପେମେଂଟ ଭାଉଚର ରୁ ଜଣାଯାଇଛି । ଏହି ବିଲରେ ଏଇ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ ଭଦ୍ରକ ଙ୍କ ଜାଲ ସିଲ ଓ ସିଗନେଚର ହୋଇଛି ବୋଲି ସମ୍ପୃକ୍ତ କାର୍ଯ୍ୟାଳୟର ଜେଇ କମଳାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି । ଏହି ବିଲରେ ଏମବି ନଂ ଓ ତାର ପୃଷ୍ଟା ନଂ ନଥିବାରୁ ଏହା ସମ୍ପୁର୍ଣ୍ଣ ଭାବେ ସୁପରିକଳ୍ପିତ ଘୋଟାଲା ବୋଲି ଜଣାଯାଇଛି । ଏଠାରେ ପ୍ରଶ୍ନ ଉଠେ ପଂଚାୟତରେ ଷ୍ଟ୍ରୀଟ ଲାଇଟ ଗୁଡ଼ିକ ଖରାପ ହେତୁ ଅଦ୍ୟାବଧି ଅନ୍ଧାର ଥିବା ବେଳେ ପିଇଓ ଶ୍ରୀ ଧଳ କିପରି ଆଦୌ କାର୍ଯ୍ୟ ନକରି ୧ ଲକ୍ଷ ୮୦ ହଜାର ଟଙ୍କା ଉଠାଇଲେ ତାହା ସାଧାରଣ ରେ ପ୍ରଶ୍ନ ହୋଇଚି । ଏଭଳି ଚଂଚକତା ଖବର ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ଅଧିକାରୀ ତଦନ୍ତ ପୂର୍ବକ ସରକାରୀ ଅର୍ଥ ଆତ୍ମସାତ କରିଥିବା ବ୍ୟକ୍ତି ଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଚାୟତର ସମିତି ସଭ୍ୟ ସୁଦୀପ୍ତ ଖଟୁଆ ଓ ନାଏବ ସରପଂଚ ଗୌରାଙ୍ଗ ଦାଶଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ଦିଗରେ ପି ଇ ଓ ଶ୍ରୀ ଧଳ କହିଚନ୍ତି ଯେ ସାମଗ୍ରୀ କିଣା ଯାଇ ଅଫିସରେ ରହିଛି ଦୁଇ ଦିନ ମଧ୍ୟ ରେ କାର୍ଯ୍ୟ ହୋଇ ଯିବବୋଲି କହି ଥିଲେ ।ତେବେ କାର୍ଯ୍ୟ ସଂପୂର୍ଣ୍ଣ ନ ହୋଇ କିପରି ବିଲ୍ ହେଲା ତାହା ସଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ଏ ଦିଗରେ ବିଡ଼ିଓ ଶ୍ରୀ ବନବିହାରୀ ଦିନ୍ଦା କହିଛନ୍ତି ଯେ ସେପରି ଅଭିଯୋଗ ମୋ ପାଖ ରେ ପହଂଚି ନାହିଁ ଅଭିଯୋଗ ଆସିଲେ ତଦନ୍ତ କରା ଯିବବୋଲି ସେ କହିଛନ୍ତି ।