Odiapua.com

ଭଗବାନପୁର ପଂଚାୟତରେ ଭଡ଼ାରେ ଲାଗିଛି ମିଶନ ଶକ୍ତି ଗୃହ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗାଁ ଠାରୁ ସହର ଯାଏ ବିଭିନ୍ନ ସରକାରୀ ଯୋଜନାରେ ବିଭିନ୍ନ କାର୍ଯ୍ୟକରି ବେସ ସଫଳତା ଅର୍ଜନ କରୁଥିବାବେଳେ ଅନେକ ସ୍ଥାନରେ ସରକାରୀ ଯୋଜନାରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ ସରିଥିଲେ ମଧ୍ୟ ତାହା କାମରେ ଆସୁନି । ପରନ୍ତୁ ସେ ଘର ଏବେ ଭଡ଼ାଟିଆଙ୍କ ଆଶ୍ରୟ ସ୍ଥଳ ପାଲଟିଛି । ଧାମନଗର ବ୍ଲକର ଅଧିକାଂଶ ପଂଚାୟତରେ ବିଭିନ୍ନ ଅଙ୍ଗନୱାଡ଼ି ଓ ମିଶନଶକ୍ତି ଗୃହ ନିର୍ମାଣ ସରିଥିଲେ ମଧ୍ୟ ବର୍ଷ ବର୍ଷ ଧରି ଠିକାଦାରଙ୍କ ଅକ୍ତିଆରରେ ରଖାଯାଇ ଭଡ଼ା ଆଦାୟକରି ବେଶ ମାଲେମାଲ ହେଉଛନ୍ତି । ଏପରି ଏକ ଘଟଣା ଭଗବାନପୁରରେ ଘଟିଛି । ଉକ୍ତ ପଂଚାୟତର ଭଗବାନପୁର ସ୍କୁଲ ପଛପଟେ ୨ବର୍ଷ ତଳେ ମହିଳାମାନଙ୍କ ଶଶକ୍ତି କରଣ ଓ ଏସ୍‌ଏଚ୍‌ଜି ଗୃପ ମହିଳା ମାନଙ୍କ ପାଇଁ ଥିବା ମିଶନଶକ୍ତି ଗୃହ ନିର୍ମାଣ ସରିଥିଲେ ମଧ୍ୟ ଆଜିଯାଏ ସେ ଗୃହଟି ବିଭାଗୀୟଙ୍କୁ ହସ୍ତାନ୍ତର କରାଯାଇନାହିଁ ଏବଂ ତାହା ବ୍ୟବହାର କରାଯାଉନଥିବାରୁ ଘରଟି ମଧ୍ୟ ଧିରେ ଧିରେ ବେରଙ୍ଗ ହେବାକୁ ଯାଉଛି । ଘରର ଭିତର ବିଭିନ୍ନ ସ୍ଥାନରେ ଆହୁରି କାର୍ଯ୍ୟ ବାକିରହିଛି ।

ପ୍ରାୟ ୫ଲକ୍ଷ ଟଙ୍କା ବେୟରେ ନିର୍ମାଣ ହୋଇଥିବା ମିଶନଶକ୍ତି ଗୃହଟି ନିମ୍ନମାନର ମଧ୍ୟ କରାଯାଇଛି । ତେବେ କାର୍ଯ୍ୟଟି ସରିଯାଇଛି ବୋଲି କହି ଠିକାଦାର ଘରକୁ ହସ୍ତାନର କରିବାକୁ ଚାହୁଛନ୍ତି । ତେବେ ଉକ୍ତ ପଂଚାୟତର ଏସ୍‌ଏଚ୍‌ଜି ଗୃପର ବିବାଦୀୟ ପରିସ୍ଥିତି ଥିବାରୁ ଉକ୍ତ ଘରେ ମିଶନଶକ୍ତି କାର୍ଯ୍ୟ ହେଉନାହିଁ । ଯାହାଫଳରେ ଠିକାଦାର ସେହି ଫାଇଦା ନେଇ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର ନକରି ନିଜ ଅକ୍ତିଆରରେ ରଖି ଉକ୍ତ ଘରକୁ ଭଡ଼ାରେ ଦେଇଛନ୍ତି ଏବଂ ସେହିଘରେ ଏବେ ଭଡ଼ାଟିଆଙ୍କ ଆଶ୍ରୟସ୍ଥଳ ହୋଇଛି । ଏ ସମ୍ପର୍କରେ ମିଶନଶକ୍ତି ଅଧିକାରଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି ସେ ଘରେ ଆହୁରିକାର୍ଯ୍ୟ ବାକିରହିଛି ଘରର ବିଦ୍ୟୁତ୍ ଓ ସାମ୍ନାରେ ଆହୁରି ମଧ୍ୟ କାର୍ଯ୍ୟ ରହିଥିବାରୁ ଆମ୍ଭେ ଚାବିକାଠି ନେଇନାହୁଁ । ତେବେ ଖୁବ୍‌ଶୀଘ୍ର ମିଶନଶକ୍ତି ଗୃହକୁ କାର୍ଯ୍ୟକ୍ଷମ କରାଯିବବୋଲି ମିଶନଶକ୍ତି ଅଧିକାରୀ ସୁଚନା ଦେଇଥିଲେ । ତେବେ ଦୀର୍ଘଦିନଧରି ନିର୍ମାଣ ସରିଥିବା ଏହି ମିଶନଶକ୍ତି ଗୃହକୁ ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର ନକରି ନିଜ ଅକ୍ତିଆରରେ ରଖି ଭଡ଼ା ଆଦାୟ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଉକ୍ତଗୃହକୁ ମିଶନଶକ୍ତି କାର୍ଯ୍ୟାଳୟକୁ ହସ୍ତାନ୍ତର କରି କାର୍ଯ୍ୟକ୍ଷମ କରିବା ପାଇଁ ଅଂଚଳବାସୀ ଦାବିକରିଛନ୍ତି ।