Odiapua.com

ଭଗତ ସେନାର ପ୍ରମୁଖ ବିଧାୟକ ସୀତାଂଶୁ ମହାପାତ୍ରଙ୍କ ଶୀତବସ୍ତ୍ର ବଂଟନ ଓ ଦିବ୍ୟାଙ୍ଗ ପିଲାଙ୍କ ମେଳରେ ବିତାଇଲେ କିଛି ମୁହୂର୍ତ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆବର୍ଷ କେବଳ ଉତ୍ସବ ନୁହେଁ,ଏହା ହେଉଛି ସେବା ଓ ସମର୍ପଣର ସଂକଳ୍ପ।”ଶହିଦ୍ ଭଗତ୍ ସେନା” ପରିବାରର ପକ୍ଷରୁ ଏହି ପବିତ୍ର ନୂଆବର୍ଷ ଉପଲକ୍ଷେ ସେବାମୂଳକ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ଭଗତ ସେନାର ପ୍ରତିଷ୍ଠାତା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ସେନାର କାର୍ଯ୍ୟକର୍ତା ମାନେ ରାସ୍ତାପାଶ୍ୱର୍ରେ ଜୀବନ ଅତିବାହିତ କରୁଥିବା ଗରିବ ଓ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଂଟନ କରିଥିଲେ। ଏହାପରେ ଚରମ୍ପା ସ୍ଥିତ ପୁନର୍ବାସନ ସେବା ଓ ଗବେଷଣା କେନ୍ଦ୍ର (ସିଆରଏସଆର) ରେ ପହଂଚି ଶ୍ରୀ ମହାପାତ୍ର ଭଗତ ସେନାର ସଦସ୍ୟାଙ୍କୁ ନେଇ କୁନି କୁନି ଦିବ୍ୟାଙ୍ଗ ଶିଶୁମାନଙ୍କ ସହ କିଛି ଅମୂଲ୍ୟ ମୁହୂର୍ତ ଅତିବାହିତ କରିଥିଲେ। ଏହି ଅବସରରେ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ଦେଇଥିବା ବାର୍ତାରେ ଦିବ୍ୟାଙ୍ଗ ଶିଶୁମାନଙ୍କ ସଶକ୍ତିକରଣ କେବଳ ସାମାଜିକ ଦାୟିତ୍ୱ ନୁହେଁ, ଏହା ଏକ ରାଷ୍ଟ୍ରଧର୍ମ ବୋଲି କହିଥିଲେ। ଦିବ୍ୟାଙ୍ଗତା ଦୁର୍ବଳତା ନୁହେଁ, ଏହା ମାନବିକତାର ପରୀକ୍ଷା। ଶ୍ରୀ ମହାପାତ୍ରଙ୍କ ଉପସ୍ଥିତି ନିରୀହ, ନିଷ୍ପାପ ଶିଶୁମାନଙ୍କ ଦେହରେ ଆଶା ଓ ନୂଆ ଶକ୍ତି ଭରିଦେଇଛି। ସେମାନଙ୍କ ଖୁସି ସମସ୍ତଙ୍କୁ ଏହି ସତ୍ୟ ଜଣାଏ ଯେ ପ୍ରକୃତ ସୁଖ ଓ ଶାନ୍ତି ପବିତ୍ର ମନରୁ ସୃଷ୍ଟି ହୋଇଥାଏ। ଏହି ସେବାକାର୍ଯ୍ୟ କୌଣସି ଦୟା ନୁହେଁ, ଏହା ଆମ ସାମାଜିକ ଦାୟିତ୍ୱ । ସେବା ହିଁ ସଂକଳ୍ପ। ସଂକଳ୍ପ ହିଁ ସାଧନା। ଏହି ମନ୍ତ୍ରକୁ ନିଜ କାୟୋମନୋବାକ୍ୟରେ ଗ୍ରହଣ କରି ଆଗାମୀ ଦିନରେ ଏହି ସେବାକାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି।