Odiapua.com

ଭକ୍ତ ଶୂନ୍ୟ ବାବା ଧବଳେଶ୍ୱର ପୀଠ, ଭରଚୁଆଲରେ ବଡ଼ ସିଂହାର ବେଶ ବେଶ ଦର୍ଶନ କଲେ ଭକ୍ତ

କଟକ, ୬/୧୧ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି ହେଉଛି ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କର ବଡ଼ସିଂହାର ବେଶ ଓ ଓଷା ମଧ୍ୟ୍ୟରେ ସାର ବଡ଼ ଓଷା। ଏହି ପ୍ରରିପ୍ରେକ୍ଷୀରେ ପ୍ରତିବର୍ଷ ଭକ୍ତମାନଙ୍କୁ ରାଜା ରାଜେଶ୍ୱରୀ ବେଶରେ ଦର୍ଶନ ଦିଅନ୍ତି ବାବା ଧବଳେଶ୍ୱର। କାର୍ତ୍ତିକ ମାସ ସାର ବା ଆଜିର ଦିନରେ ବାବାଙ୍କୁ ଦର୍ଶନ କରିବା ଦ୍ୱାରା ମାହା ପୁଣ୍ୟ ମିଳିଥାଏ। ଏହି ପୀଠରେ ପ୍ରତି ବର୍ଷ ଓଡିଶାର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଲାଗିଥାଏ। କିନ୍ତୁ ବଡ଼ ଦୁଃଖ ଓ ପରୀତାପର ବିଷୟ ସରକାରଙ୍କର ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ହେବ ଏହି ପୀଠରେ ଜାରି ହୋଇଛି ୧୪୪ ଧରା। ଯାହା ଫଳରେ ଭକ୍ତ ଶୂନ୍ୟ ହୋଇଯାଇଛି ବାବା ଙ୍କର ଏହି ପୀଠ।

ଝୁଲା ପୋଲ ଦୁର୍ବଳ ହୋଇଯିବାରୁ ଏହି ଝୁଲା ପୋଲକୁ ମରାମତି କରିବା ନିମନ୍ତେ ପ୍ରଶାସନ ଏହି ଭଳି ନିଷ୍ପତି ନେଇଛନ୍ତି। କେବଳ ଭକ୍ତ ମାନେ ଏଲ ଇ ଡି ମାଧ୍ୟମରେ ପୁଜା ଓ ବଡ ସିଂହାର ବେଶ ଦର୍ଶନ କରିଛନ୍ତି।