Odiapua.com

ଭକ୍ତ ଶୂନ୍ୟରେ ସିଂହଦ୍ୱାରରେ ଗୋଷାଣି ମେଳନ

ପୁରୀ-୨୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସମ୍ମୁଖରେ ଗୋଷାଣିମାନେ ଏକାଠି ହୋଇଥିଲେ। ଏହା ଦେବୀ ସଭା ନାମରେ ପରିଚିତ। କିନ୍ତୁ ଚଳିତବର୍ଷ କୋଭିଡ଼ କଟକଣା ଯୋଗୁଁ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି। କୌଣସି ଭକ୍ତ ଭସାଣି ଉତ୍ସବରେ ଯେପରି ସାମିଲ ହୋଇନନାରିବେ ସେଥିପାଇଁ ଗତକାଲି ଅପରାହ୍ନ ୧ଟା ଠାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ମରିଚିକୋଟ ଛକ ପର୍ଯ୍ୟନ୍ତ ୧୪୪ଧାରା ବଳବତ୍ତର ରେ ରହିଥିଲା। ପ୍ରତ୍ୟେକ ଗୋଷାଣି ପାଇଁ ମାତ୍ର ୭ଜଣଙ୍କୁ ଅନୁମତି ଦିଆଯାଇଥିଲା। ସେମାନଙ୍କୁ ମଧ୍ୟ ପରିଚୟପତ୍ର ପ୍ରଦାନ କରାଯାଇଥିଲା ଅନ୍ୟପକ୍ଷରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବାପୂଜା ପାଇଁ ଯାଉଥିବ।। କୌଣସି ସେବାୟତଙ୍କୁ ଅଟକା ଯାଇନଥିଲା। ସେଭଳି ସମସ୍ତ ଜରୁରୀକାଳୀନ ସେବା ମଧ୍ୟ କୌଣସି କଟକଣା କରାଯାଇନଥିଲା। ଶ୍ରୀକ୍ଷେତ୍ରରେ ପ୍ରମୁଖ ସାତସାହି ଓ ୮ଟା ଦ୍ୱାର ହେଉଥିବା ୪୦ରୁଦ୍ଦ୍‌୍‌ର୍ବ ଗୋସାଣି ସିଂହଦ୍ୱାରରେ ଭଷାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗୋସାଣି ଆସିବା ଓ ଯିବା ସମୟରେ କୌଣସି ବାଜା କିମ୍ବା ଆଲୋକ ଲାଗିନଥିଲା। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ କୋଭିଡ଼-୧୯ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରାଯାଇଛି। ମଙ୍ଗଳାଘାଟକୁ ଗୋସାଣି ଶୋଭାଯାତ୍ରାରେ ଯାଇ ସେଠାରେ ହୋଇଥିବା କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଥିଲା। ଗୋସାଣି ଯାତ୍ରା ପାଇଁ ଭକ୍ତଶୂନ୍ୟ ରହିଥିଲା ବଡ଼ଦାଣ୍ଡ। କେବଳ ପରମ୍ପରା ରକ୍ଷା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମଖରେ ସମସ୍ତ ଗୋସାଣି ଏକତ୍ରିକରଣ ସହ ଦେବୀ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରେ ମହାଦୀପ ଉଠିବା ପରେ ତାହାକୁ ଦେଖିବା ପରେ ସିଂହଦ୍ୱାରରୁ ଗୋସାଣିଗୁଡ଼ିକୁ ବିସର୍ଜନ ଅଭିମୁଖେ ନେଇ କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଥିଲା।