Odiapua.com

ଭକ୍ତହରି ନାୟକଙ୍କ ବିୟୋଗରେ ଶୋକସଭା

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷୀୟାନ ଶିକ୍ଷାବିତ୍‌, ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଜଣେ ବିଶିଷ୍ଟ ସମାଜସେବୀ ଭକ୍ତହରି ନାୟକଙ୍କର ପରଲୋକ ଖବର ସମଗ୍ର ଭଦ୍ରକ ଅଞ୍ଚଳକୁ ଶୋକାଭିଭୂତ କରି ଦେଇଅଛି । ଭଦ୍ରକ ମୁରଲୀଧର ସ୍ମୃତି ସଂସଦର ସମ୍ପାଦକ ଭାବରେ ଦୀର୍ଘଦିନ ହେବ ସେ ସେବା ଯୋଗାଇ ଆସିଥିବାରୁ ତାଙ୍କ ବିୟୋଗରେ ଉକ୍ତ ସଂସଦ ଆନୁକୂଲ୍ୟରେ ଭଦ୍ରକ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପଠାରେ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଉକ୍ତ ସ୍ମୃତିସଭାରେ ସ୍ମୃତି ସଂସଦର ସ୍ଥାୟୀ ସଭାପତି ଆଡଭୋକେଟ ଅନନ୍ତ ପ୍ରସାଦ ଜେନା ଏବଂ ଶୋକ ସଭାଟିକୁ ସଂଚାଳନ କରିଥିଲେ ସଂସଦର କୋଷାଧ୍ୟକ୍ଷ ହରମୋହନ କୁଅଁର । ପ୍ରାରମ୍ଭରେ ଭକ୍ତହରି ନାୟକଙ୍କ ଫଟୋଚିତ୍ରରେ ଭକ୍ତ ପ୍ରେମୀମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅଜୟ କୁମାର ନାୟକ, ବାସୁଦେବ ବାରିକ, ହରେକୃଷ୍ଣ ନାୟକ, ଶାନ୍ତନୁ କୁମାର ରାଉତ, କୈଳାସ ଚନ୍ଦ୍ର ପଣ୍ଡା, ରାମଚନ୍ଦ୍ର ପଣ୍ଡା, ବୈଲୋଚନ ବେହୁରିଆ, ଗୋବର୍ଦ୍ଧନ ସାମଲ, ଅକ୍ଷୟ କୁମାର ହୋତା, ଅଜିତ କୁମାର ନାୟକ, ଡ. ମନୀନ୍ଦ୍ର ମହାନ୍ତି, ଗୟାଧର ପଣ୍ଡା, ଅକ୍ଷୟ କୁମାର ହୋତା, ଆଶିଷ କୁମାର ନାୟକ, ଶରତ କୁମାର ନାୟକ, ଆଦିତ୍ୟ କୁମାର ଗୋସ୍ୱାମୀ, ଆଦିତ୍ୟ କୁମାର ନାୟକ, ଗୋଳକ ବିହାରୀ ସାହୁ, ବୈକୁଣ୍ଠ ବିଶ୍ୱାଳ, ନରେନ୍ଦ୍ର କୁମାର ସାହୁ, ବିଜୟ କୁମାର ପରିଡ଼ା, ମୁକ୍ତିକାନ୍ତ ମଲ୍ଲିକ, ବିନୟ କୁମାର ପଣ୍ଡା, ମୁକ୍ତିକାନ୍ତ ମହାପାତ୍ର, ମଦନ ମୋହନ ଦାସ, କରୁଣାକର ଉପାଧ୍ୟାୟ, ଗୌରାଙ୍ଗ ବାରିକ, କୈଳାସ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।