Odiapua.com

ଭଉଣୀ ପାଇଁ ପ୍ରେରଣାର ଉତ୍ସ ପାଲଟିଲା ସାନ ଭାଇ

ନୂଆଦିଲ୍ଲୀ,୨୧/୦୮,(ଓଡ଼ିଆ ପୁଅ/ ପି ନାଏକ): ସାନ ଭାଇର ପ୍ରଚେଷ୍ଟା, ଉତ୍ସାହ ଏବଂ ମାର୍ଗଦର୍ଶନ ଫଳରେ ବଡ ଭଉଣୀ ହୋଇପାରିଛନ୍ତି ଆଇଏଏସ୍‌ ଅଫିସର। ନିଜ ଭଉଣୀଙ୍କୁ ଆଇଏଏସ୍‌ ଭାବେ ଦେଖିବାକୁ ଇଚ୍ଛା ରଖିଥିବା ଭାଇ ଏହାକୁ ସଫଳ କରି ଦେଖାଇଛନ୍ତି। ପେଶାରେ ବଡ ଭଉଣୀ ଡାକ୍ତର ହୋଇଥିବା ସତେ୍ତ୍ୱ ଲୋକମାନଙ୍କ ସେବା ତ କରିବାକୁ ଚାହୁଁଥିଲେ। କିନ୍ତୁ ଲୋକମାନଙ୍କ ଅସୁବିଧା, ସମସ୍ୟା ଦୂର କରିବାରେ ସମର୍ଥ ନଥିଲେ। ତେଣୁ ଭଉଣୀ ରୋହାନାଙ୍କ ଇଚ୍ଛା ଥିଲା ଲୋକଙ୍କ ସେବା କରିବା ସହ ସେମାନଙ୍କ ସମସ୍ୟାକୁ କିପରି ଦୂର କରିପାରିବେ। ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ଥରେ ନୁହେଁ ଦୁଇ ଦୁଇ ଥର ୟୁପିଏସସି ପରୀକ୍ଷା ଦେଇଥିଲେ ରୋହାନା। ଶେଷରେ ନିଜର ସାନ ଭାଇର ପ୍ରଚେଷ୍ଟା ଫଳରେ ସଫଳତା ହାସଲ କରିଥିଲେ। ସାନଭାଇର ଏପରି ଅଦ୍ୟମ ଚେଷ୍ଟା, ମାର୍ଗଦର୍ଶନକୁ ପୂରଣ କରିଦେଖାଇଛନ୍ତି ବଡଭଉଣୀ ରୋହାନା।

ଜମ୍ମୁ କାଶ୍ମୀରର ପୁଞ୍ଜ ଜିଲ୍ଲାର ସଲବା ଗ୍ରାମରେ ରୋହାନା ବସିରଙ୍କ ଘର। ରୋହାନା ସ୍ଥାନୀୟ ମେଡିକାଲ କଲେଜରୁ ଏମବିବିଏସ୍‌ ପାସ କରି ଡାକ୍ତର ଭାବେ କାମ କରିଆସୁଥିଲେ। ରୋହାନାଙ୍କ ଛୋଟ ଭାଇ ଅମିତ ବସିର ୟୁପିଏସସିର ସିଭିଲି ସର୍ଭିସ ପରୀକ୍ଷା ଦେଇ ପାସ କରିଥିଲେ। ନିଜେ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଭଉଣୀଙ୍କୁ ମଧ୍ୟ ସଫଳତା ହାସଲ କରିବାରେ ମାର୍ଗଦର୍ଶକ ସାଜିଥିଲେ ସାନ ଭାଇ ।