ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବୟାଙ୍ଗଡିହି ଉତ୍କଳମଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବଗଠିତ ସ୍କୁଲ ମ୍ୟାନେଜମେଂଟ କମିଟି (ଏସ୍ଏମ୍ସି) ଶୁକ୍ରବାର ଗଠନ କରାଯାଇଛି। ସମ୍ପ୍ରତି ଅନୁଷ୍ଠିତ ସାଧାରଣ ବୈଠକରେ କମିଟିର ନୂତନ କର୍ମକର୍ତା ଚୟନ କରାଯାଇଥିଲା। ସର୍ବସମ୍ମତିକ୍ରମେ ମିର୍ ସହିଦ କାଦରୀଙ୍କୁ ଏସ୍ଏମ୍ସିର ସଭାପତି ଭାବେ ଚୟନ କରାଯାଇଥିବା ବେଳେ ରେଶମା ବିବି ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ନବଗଠିତ କମିଟି ବିଦ୍ୟାଳୟର ଶିକ୍ଷାର ମାନୋନ୍ନତି, ଭିତିଭୂମି ବିକାଶ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ସହ ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ନବନିର୍ବାଚିତ କର୍ମକର୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।