Odiapua.com

ବୟସ୍କ ନାଗରିକଙ୍କ ପରାମର୍ଶ ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଏ, ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନା ବିଭାଗ ପକ୍ଷରୁ ଆଜି ଭଦ୍ରକ ସହିଦ୍ ସ୍ମୃତି ଭବନ (ଟାଉନ ହଲ) ପରିସରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ -୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜିବ କୁମାର ମଳ୍ଲିକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଲାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବୟସ୍କ ନାଗରିକ ମାନେ ବା ବୃଦ୍ଧବୃଦ୍ଧାମାନଙ୍କ ଅଭିଜ୍ଞତା, ଅନୁଭୂତି ସମାଜ ପାଇଁ ସବୁବେଳେ ଆଶୀର୍ବାଦ ହୋଇଥାଏ । ସେମାନଙ୍କ ଆଶୀର୍ବାଦ ରହିଲେ ଏବେର ଯୁବପିଢ଼ି ଆଗକୁ ଆଗେଇବା ନିମିତ୍ତ ଏକ ମୁଖ୍ୟ ପ୍ରେରଣା ପାଇବେ । ବୟସର ଅପରାହ୍ନରେ ପହଞ୍ଚିôଥବା ଗୁରୁଗୁରୁଜନମାନେ ସମାଜ ପାଇଁ ବଡ଼ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି, ସେମାନେ ଯେପରି ଅବହେଳାର ଶିକାର ନ ହୁଅନ୍ତି, ସେଥିଲାଗି ବିଭିନ୍ନ ଯୋଜନାମାନ ସରକାର ହାତକୁ ନେଉଛନ୍ତି । ଯାହା ପାଇଁ ଆଜିର ସମାଜରେ ଆଉ ବରିଷ୍ଠମାନେ ଅଣଦେଖା ହୋଇ ରହିନାହାନ୍ତି ବୋଲି ଅତିଥିମାନେ ମତ ପ୍ରକଟ କରିଥିଲେ । ମହାସଂଘର ସମ୍ପାଦକ କୈଳାସ ମହାପାତ୍ର ତାଙ୍କ ସମ୍ପାଦକୀୟ ବିବରଣୀରେ ବରିଷ୍ଠମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହିତ ସେମାନଙ୍କ କାର୍ଯ୍ୟାଳୟ ନିମନ୍ତେ ଜିଲ୍ଳା ସଦରମହକୁମାରେ ଏକ ଘର ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ । ତିନିଶହରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏଥିରେ ଉପସ୍ଥିତ ଥିଲେ ।

ଏହି ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ବିଭିନ୍ନ ବିଭାଗୀୟ ଅଭିଜ୍ଞ ଡ଼ାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସକାଳେ ବରିଷ୍ଠମାନେ ଯୋଗାଭ୍ୟାସ କରିଥିଲେ । ୮୦ ବର୍ଷରୁ ଉର୍ଦ୍ଧ୍ୱ ୧୬ଜଣ ବୟୋଜ୍ୟେଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ଭିତରେ ଥିଲେ କପିଳ ଚରଣ ମିଶ୍ର, ବିମ୍ବାଧର ମହାନ୍ତି, ଭାଷ୍କର ଚନ୍ଦ୍ର ବେହେରା, ପ୍ରତାପ ଚୌଧୁରୀ, ଅହଲ୍ୟା ପଣ୍ଡା, କାଶିନାଥ ସାହୁ, ମୋଜାମିଲ ଖାଁ, ସିଦ୍ଧେଶ୍ୱର ସାହୁ, ଗଣେଶ ପ୍ରସାଦ କରଶର୍ମା, ମଧୁସୂଦନ ସାହୁ, ବୈଲୋଚନ ଯେନା, ଭଗବାନ ଚନ୍ଦ୍ର ନାୟକ, କମଳାକାନ୍ତ ମହାନ୍ତି, ବ୍ରଜକିଶୋର ରାଉତ, ବୃନ୍ଦାବନ ବାରିକ, ପଞ୍ଚାନନ ପଲେଇ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ତର୍କରେ ଅକ୍ଷରା ପଣ୍ଡା ପ୍ରଥମ, ପ୍ରୀତିନନ୍ଦା ପରିଡ଼ା ଦ୍ୱିତୀୟ, ଶୁଭମ୍ ମହାପାତ୍ର ଓ ଅର୍ପିତା ଆରତୀ ବେହେରା ଯୁଗ୍ମ ତୃତୀୟ ହୋଇଥିବା ବେଳେ ଚିତ୍ରାଙ୍କନରେ ପ୍ରିୟବ୍ରତ ସୂତାର ପ୍ରଥମ, ଗୋକୁଳାନନ୍ଦ ଦଳାଇ ଦ୍ୱିତୀୟ, ଶ୍ରଦ୍ଧାଞ୍ଜଳୀ ବେହେରା ତୃତୀୟ ହୋଇଥିଲେ । ସେମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ପରିଚାଳନା କରିଥିବା ବେଳେ ପ୍ର. ଅଟଳ ବିହାରୀ ନାୟକ, ରାଧାରାଣୀ ମହାପାତ୍ର, ଡା. ହରେକୃଷ୍ଣ ନାୟକ, ଅଜୟ କୁମାର ନାୟକ, ଡା. ଦୁର୍ଯ୍ୟୋଧନ ଦାସ, ବିଭୁତି ଭୂଷଣ ସେନାପତି, ବିଜୟ କୁମାର ସେନାପତି, ଶଚିକାନ୍ତ ପଣ୍ଡା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମନମୋହନ ସଂଗୀତ ପରିଷଦ, ମନ୍ଦିରା ଡ୍ୟାନ୍‌ସ ଏକାଡେମୀ ଓ ସାଇ ନୃତ୍ୟକଳା ଏକାଡେମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।