Odiapua.com

ବଢ଼ିଲା କରୋନା, ଏବେ ଶ୍ରୀମନ୍ଦିରରେ କାଳିଆ ଦର୍ଶନ ମନା: ଜାନୁଆରୀ ୧୦ ରୁ ୩୧ ଶ୍ରୀମନ୍ଦିର ବନ୍ଦ ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ ୭-୧ (ଓଡ଼ିଆ ପୁଅ) ସୋମବାରଠୁ କାଳିଆର ଦର୍ଶନ ଶ୍ରୀମନ୍ଦିରରେ ହୋଇପାରିବ ନାହିଁ। ଜାନୁଆରୀ ୧୦ ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ବନ୍ଦ କରିବାକୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେବାୟତ ଓ ଶ୍ରୀ ମନ୍ଦିର ପ୍ରଶାସନର ଅଧିକାରୀ ସଂକ୍ରମିତ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡ଼ିଛି। କିନ୍ତୁ ଶ୍ରୀମନ୍ଦିର ବନ୍ଦ ଥିଲେ ମଧ୍ୟ ପୂର୍ବପରି ନୀତିକାନ୍ତି ଜାରି ରହିବ।

ସୂଚନାଯୋଗ୍ୟଯେ, ନୂଆବର୍ଷ ପରେ ମନ୍ଦିର ଖୋଲିବା କ୍ଷଣି ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କର ଭିଡ଼ ଆରମ୍ଭ ହୋଇଯାଇଥିଲା। ଅବଶ୍ୟ କେବଳ ଟୀକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳୁଥିଲା। ତେବେ ଟୀକା ନେଇଥିବା ବ୍ୟକ୍ତି ମଧ୍ୟ କରୋନାରେ ପୁଣିଥରେ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି।