Odiapua.com

ବଢ଼ିବ ତୈଳ ଦର! ହେଲେ କାହିଁକି ?

ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ବଢିପାରେ ତୈଳ ଦର। ଆମେରିକାର ଏୟାର ଷ୍ଟ୍ରାଇକ୍ ରେ ଇରାନର ଜେନେରାଲ କାସିମ ସୁଲେମାନୀଙ୍କର ମୃତ୍ୟୁର ଖବର ଆସିବା ପରେ ଦୁନିଆରେ କଞ୍ଚା ତେଲର ଦରରେ ବୃଦ୍ଧି ହୋଇଛି। ଏହାର ପ୍ରଭାବ ପେଟ୍ରୋଲ-ଡିଜେଲର ଦରରେ ପଡ଼ିବ। ଗତ ଏକ ସପ୍ତାହରେ ପେଟ୍ରୋଲ ଦରରେ ପ୍ରାୟତଃ ଏକ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବିଶେଷଜ୍ଞଙ୍କ ମତରେ ଭାରତ ୮୦ପ୍ରତିଶତ କଞ୍ଚା ତେଲ ବିଦେଶରୁ ଆମଦାନୀ କରିଥାଏ। ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବା ପରେ କଞ୍ଚା ତେଲର ସପ୍ଲାଇ କମିପାରେ। ସେଥିପାଇଁ କଞ୍ଚା ତେଲର ଦରରେ ୧୦ ଡଲାର ପ୍ରତି ବ୍ୟାରେଲ ବୃଦ୍ଧି ହୋଇପାରେ ବୋଲି ବିଶେଷଜ୍ଞମାନଙ୍କର ମତ।