Odiapua.com

ମହଁଗା ହେବ ରେଳ ଯାତ୍ରା ? ରେଲୱେ ଷ୍ଟେସନ୍ ଡେଭଲପମେଣ୍ଟ ଫି ଅଥବା ଉପଭୋକ୍ତା ଫି ଲଗାଇବାକୁ ଯୋଜନା!

ନୂଆ ଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ବଢ଼ିବକି ରେଳ ଭଡ଼ା ? ଭାରତୀୟ ରେଳବାଇ ଷ୍ଟେସନ୍ ଡେଭଲପମେଣ୍ଟ ଫି କିମ୍ବା ଉପଭୋକ୍ତା ଫି ୧୦ ରୁ ୫୦ ଟଙ୍କା ମଧ୍ୟରେ ଚାର୍ଜ କରିବାକୁ ଯାଉଛି ! ତେବେ କୁହାଯାଉଛିଯେ, ଷ୍ଟେସନରେ ବୋର୍ଡିଂ ପାଇଁ ନିକଟ ଭବିଷ୍ୟତରେ ଏହା ଚାର୍ଜ କରାଯିବ। ଯାହାକି ରେଳ ଷ୍ଟେସନର ବିକାଶରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ଏଥିପାଇଁ ବ୍ୟବହାରକାରୀଙ୍କ ଦେୟ ୧୦ ରୁ ୫୦ ଟଙ୍କା ମଧ୍ୟରେ ଆଦାୟ କରାଯିବ।

କିନ୍ତୁ କିଛି ବିଶେଷଜ୍ଞ ମତରେ, ଏହା ଗରିବ ଭାରତୀୟ ଜନସାଧାରଣଙ୍କ ଉପରେ ଏକ ବୋଝ ହେବ। ବଡ କର୍ପୋରେଟ୍ ମାନଙ୍କୁ ଲୁଟ୍ ଏବଂ ଲାଭ କରିବା ପାଇଁ ଏକ ଅଭିନବ ଉପାୟ ହେବ। ଯଦି ଆପଣ ଏକ ଷ୍ଟେସନ୍ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି, ତେବେ ଏଥିରେ ଲକ୍ଷ ଲକ୍ଷ ଟଙ୍କା କାହିଁକି ଖର୍ଚ୍ଚ କରିବାକୁ ଯାଉଛନ୍ତି?

କୁହାଯାଉଛିଯେ, ଆଗକୁ ନିକଟ ଭବିଷ୍ୟତରେ ଲାଗୁ ହେବାକୁ ଥିବା ଏହି ଚାର୍ଜ ଷ୍ଟେସନଗୁଡିକର ବିକାଶ କିମ୍ବା ପୁନଃ ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ଷ୍ଟେସନ ଡେଭଲପମେଣ୍ଟ ଫି (SDF) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି।

ଏହି ନୂଆ ନିୟମ ଲାଗୁ ହେଲେ,

ଷ୍ଟେସନ ଡେଭଲପମେଣ୍ଟ ଫି ଯାତ୍ରୀମାନଙ୍କଠାରୁ ସଂଗ୍ରହ କରାଯିବ।

ଟିକେଟ୍ ଉପରେ ଷ୍ଟେସନ୍ ଡେଭଲପମେଣ୍ଟ ଫି (SDF) ନାମରେ ଚାର୍ଜ କରାଯିବ।

– ସଂରକ୍ଷିତ / ଅଣସଂରକ୍ଷିତ ଟିକେଟ୍ ବୟସ୍କ କିମ୍ବା ପିଲାଙ୍କ ରିହାତି କୁ ବିଚାର କରି ଯାତ୍ରୀଙ୍କ ପାଇଁ ଏହି ଶୁଳ୍କ ଆଦାୟ କରାଯିବ।

ଉଚ୍ଚ ଶ୍ରେଣୀକୁ ଟିକେଟ୍ ପରିବର୍ତ୍ତନ ହେଲେ, ଦୁଇ ଶ୍ରେଣୀ ମଧ୍ୟରେ SDF ର ପାର୍ଥକ୍ୟ ମଧ୍ୟ ଆଦାୟ କରାଯିବବ। ନିମ୍ନ ଶ୍ରେଣୀରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କ କ୍ଷେତ୍ରରେ, ବିଦ୍ୟମାନ ନିୟମ ଅନୁଯାୟୀ SDF ର ପାର୍ଥକ୍ୟ ଫେରସ୍ତ ହେବ। ଯାତ୍ରା ସମ୍ପ୍ରସାରଣ କ୍ଷେତ୍ରରେ ଯଦି ଷ୍ଟେସନ ଯେଉଁଠାରୁ ଯାତ୍ରା ବଢ଼ିବ କିମ୍ବା ସେହି ଷ୍ଟେସନକୁ ଯାତାୟାତକୁ ବଡ଼ିବ ସେହି ଷ୍ଟେସନର ବିକାଶ କ୍ଷେତ୍ରରେ ଅନୁମୋଦିତ ନୀତି ଅନୁଯାୟୀ SDF ଆଦାୟ କରାଯିବ। ଟିକେଟ୍ ବାତିଲ୍ ହେଲେ, ରେଳବାଇର ଟିକେଟ୍ ବାତିଲ୍ ଏବଂ ଭଡା ଫେରସ୍ତ ନିୟମ ଅନୁଯାୟୀ ଭଡା ଫେରସ୍ତ ହେବ। ସେହିପରି SDF ସହିତ ଜଡିତ ଟିକେଟ୍ ବାତିଲ୍ ହେଲେ ପ୍ରଯୁଜ୍ୟ ଜିଏସ୍ଟି ରାଶି ସହିତ SDF ସମ୍ପୂର୍ଣ୍ଣ ଫେରସ୍ତ ହେବ। ଟିକେଟ୍ ବୁକିଂ ପରେ ବୋର୍ଡିଂ ପଏଣ୍ଟ ପରିବର୍ତ୍ତନକୁ ବିସ୍ତୃତ ନିୟମ ଅନୁଯାୟୀ ଅନୁମତି ଦିଆଯିବ। ଏପରି ପରିସ୍ଥିତିରେ ଯଦି ବୋର୍ଡିଂ ପଏଣ୍ଟକୁ ଅଣ-ବିକଶିତ ଷ୍ଟେସନରୁ ବିକଶିତ / ପୁନଃ ବିକଶିତ ଷ୍ଟେସନକୁ ପରିବର୍ତ୍ତନ କରାଯାଏ ତେବେ ସେହି ଯାତ୍ରୀମାନଙ୍କଠାରୁ SDF ଚାର୍ଜ କରାଯିବ।