Odiapua.com

ବଡ଼ ସଡ଼କ ଦୁର୍ଘଟଣା : ବସ-ଟ୍ରକ ମଧ୍ୟରେ ଧକ୍କା : ୧୫ ମୃତ, ୩୦ ରୁ ଅଧିକ ଆହତ

ରେୱା ୫-୧୨ (ଓଡ଼ିଆ ପୁଅ) ମଧ୍ୟ ପ୍ରଦେଶର ରେୱାରେ ଯାତ୍ରିବାହୀ ବସ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ସୂଚନା ମୁତାବକ ଏହି ଦୁର୍ଘଟଣା ଗୁରୁବାର ସକାଳେ ପ୍ରାୟତଃ ଛଅଟା ସମୟରେ ହୋଇଥିଲା। ବସରେ ବର୍ତ୍ତମାନ ମଧ୍ୟ ଅନେକ ଲୋକ ଫସିରହିଛନ୍ତି। ଦୁର୍ଘଟଣାର ସୂଚନା ମିଳିବାକ୍ଷଣି ସେଠାକୁ ପୁଲିସ ଏବଂ ପ୍ରଶାସନର ଟିମ ପହଁଞ୍ଚି ରେସ୍କ୍ୟୁ ଅପରେଶନ ଆରମ୍ଭ କରିଛି। ଆହତମାନଙ୍କୁ ବସରୁ ବାହାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପହଁଚାଯାଉଛି।

କୁହାଯାଉଛିଯେ, ଏହି ଯାତ୍ରୀବାହୀ ବସ୍ ରେ ୪୫ ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମୁତାବକ ବସ ଚାଳକ ଦ୍ରୁତ ବେଗରେ ବସ୍ ଚଲାଉଥିଲା। ଯାହାଫଳରେ ଗୁଡ଼ ବାଇପାସ୍ ନିକଟରେ ସେ ନିୟନ୍ତ୍ରଣ ହରାଇଥିଲା। ସାମନାରୁ ଆସୁଥିବା ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ର ସମ୍ମୁଖଭାଗ ବହୁତ କ୍ଷତିଗ୍ରସ୍ତ ହୋଇଛି। ଏହା ପଳରେ ଅନେକ ଯାତ୍ରୀ ଗୁରୁତର ଆହତ ହେବା ସହିତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାର ପ୍ରାଥମିକ ସୂଚନା ମିଳିଛି।

ଅଧିକ ଖବର ଅପେକ୍ଷାରେ …