Odiapua.com

ବଡ଼ ରେଳ ଦୁର୍ଘଟଣା : ୩୦ ମୃତ, ଶତାଧିକ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଂଶଙ୍କା

ଭଦ୍ରକ ୨-୬ : (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ବାଲେଶ୍ୱର ଜିଲ୍ଲା ସୋର-ବାହାନଗାରେ ହାଓ୍ବଡ଼ା-ସାଲିମାର୍ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟି ୩୦ ଜଣ ମୃତ୍ୟୁବରଣ କରିଥିବାବେଳେ ଶତାଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଥିଲା।ଫଳରେ ପ୍ରାୟ ୭ଟି ବଗି ଓଲଟି ପଡ଼ିଥିଲା। ଘନ ଅନ୍ଧକାର ଭିତରେ ଅନେକ ଯାତ୍ରୀ ଚାପି ହୋଇ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ଯଥା ସମ୍ଭବ ଚେଷ୍ଟା କରି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଉଥିବାର ଜଣାପଡିଛି।

ଘଟଣାସ୍ଥଳରେ ଅଗ୍ନିଶମ, ଓଡ୍ରାଫ ଓ ସ୍ଥାନୀୟ ପୁଲିସ ପହଁଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ, ବାହାନଗା ତହସିଲଦାର, ଏସପି ସାଗରିକା ନାଥ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।। ଆମ୍ବୁଲାନ୍ସ ଦ୍ୱାରା ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଉଛି। ଗୋଟିଏ ଟ୍ରାକରେ ୨ଟି ଟ୍ରେନ୍ ଆସିଥିବା କୁହାଯାଉଛି। ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ କଣ୍ଟ୍ରୋଲ ରୁମ୍‌ ଜରୁରୀକାଳିନ ନମ୍ବର ୦୬୭୮୨୨୬୨୨୮୬ ଜାରି କରିଛନ୍ତି ଏସ୍‌ଆର୍‌ସି।

ଅପରପକ୍ଷେ ଭଦ୍ରକରୁ ଏକ ରିଲିଫ୍‌ ଟ୍ରେନ୍‌ ବାହାରିଛି। ତେବେ ଭଦ୍ରକରୁ ୫ଟି ଆମ୍ବୁଲାନ୍ସ ସହିତ ଦୁଇଟି ଅଗ୍ନିଶମ ବାହିନୀକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିବାର ଜଣାପଡିଛି। ଏଥିସହିତ ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲବନ୍ତ ସିଂହ, ଅରବିନ୍ଦ ଅଗ୍ରଓ୍ବାଲ ଓ ସୁଧାଂଶୁ ଷଡ଼ଙ୍ଗୀ ସ୍ବତନ୍ତ୍ର ତଦାରଖ ଦାୟିତ୍ବ।ଏହି ଦୁର୍ଘଟଣାରେ ୪ଟି ବଗି ଲାଇନଚ୍ୟୁତ ହୋଇଛି।

ଆହତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ କୋଲକାତାରୁ ଜାରି ହୋଇଛି ସ୍ବତନ୍ତ୍ର ହେଲ୍‌ପ ଲାଇନ୍‌ ନମ୍ବର-୦୩୩-୨୬୩୮୨୨୧୭, ୮୯୭୨୦୭୩୯୨୮, ୯୩୩୨୩୯୨୩୩୯। ୪୦ରୁ ଅଧିକ ଲୋକ ବର୍ତ୍ତମାନ ସୁଦ୍ଧା ଗୁରୁତର ହୋଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥିତି ଅତି ଭୟଙ୍କର ଥିବା ସାମ୍ନାକୁ ଆସିଥିବା ଭିଡିଓ ଏବଂ ଫଟୋରୁ ଜଣାପଡ଼ିଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ରେଳ କର୍ମଚାରୀ, ଉଦ୍ଧାରକାରୀ ଟିମ୍‌ ଓ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି।

ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ୍‌ କରାଇଛନ୍ତି। ତେବେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସନ୍ଧ୍ୟା ୭ଟାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ମିଳିଛି।ଅନ୍ୟପଟେ ଏମର୍ଜେନ୍ସି ନମ୍ବର ଜାରି କରିଛନ୍ତି ଏସଆରସି। କଣ୍ଟ୍ରୋଲ ରୁମ୍ ନମ୍ବର ହେଉଛି ୬୭୮୨୨୬୨୨୮୬।