Odiapua.com

ବଡ଼ ଦୁର୍ଘଟଣା: ଗୁଜୁରାଟର ମୌର୍ବୀରେ ପୋଲ ଭୁଶୁଡ଼ିଲା, ଅନେକ ଲୋକ ନଦୀରେ ଖସିପଡ଼ିଥିବାର ଆଶଂକା

ନୂଆ ଦିଲ୍ଲୀ ୩୦-୧୦ (ଓଡ଼ିଆ ପୁଅ) : ବଡ଼ ଦୁର୍ଘଟଣା। ଗୁଜୁରାଟର ମୌର୍ବୀରେ ଏକ କେବୁଲ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ନଦୀରେ ଭାସିଯାଇଥିବାର ଆଶଂକା କରାଯାଉଛି। ମୋର୍ବିରେ ରବିବାର ସନ୍ଧ୍ୟାରେ ଏହି ବଡ଼ ଦୁର୍ଘଟଣା ଘଟିଛି। ମାଛୁ ନଦୀ ଉପରେ ଥିବା ଏହି କେବୁଲ ବ୍ରିଜ ଭୁଶୁଡି ପଡିଛି। ବ୍ରିଜ ଭୁଶୁଡ଼ିବା କାରଣରୁ ଅନେକ ଲୋକ ନଦୀକୁ ଖସି ପଡ଼ିଥିଲେ। ଲୋକଙ୍କୁ ନଦୀରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।

କୁହାଯାଉଛିଯେ, ପୋଲ ଉପରେ ପ୍ରାୟ ୫୦୦ ଲୋକ ଥିଲେ। ଅନେକ ଲୋକ ନଦୀକୁ ଖସିପଡ଼ିଥିବା ଖବର ଆସୁଛି।

ତିନି ଦିନ ପୂର୍ବେ ମାଛୁ ନଦୀ ଉପରେ ନୂତନ ଭାବେ ନିର୍ମିତ ଏହି କେବୁଲ ବ୍ରିଜ ଖୋଲା ଯାଇଥିଲା। ଦୁର୍ଘଟଣା ସମୟରେ ବ୍ରିଜ ଉପରେ ପ୍ରାୟ ୫୦୦ ଲୋକ ଉପସ୍ଥିତ ଥିଲେ। ସମସ୍ତେ ଛଟ ପର୍ବ ପାଳନ କରୁଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୪୦୦ ଲୋକ କେନାଲରେ ବୁଡ଼ିଯିବାର ଭୟ ରହିଛି।

ଗୁଜୁରାଟର ସିଏମ୍ ଭୁପେନ୍ଦ୍ର ପଟେଲ ଟ୍ୱିଟ୍ କରି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, “ମୋର୍ବିରେ କେବୁଲ ବ୍ରିଜ ଭୁଶୁଡ଼ିବା ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ। ପ୍ରଶାସନ ଦ୍ୱାରା ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ମୁଁ ଏ ସଂପର୍କରେ ଅଛି ଜିଲ୍ଲାରେ ମୁଁ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି। “