Odiapua.com

ବଡ଼ ଖବର : ହାଇଦ୍ରାବାଦ୍ ଗଣ ଦୁଷ୍କର୍ମ ଘଟଣାର ସମସ୍ତ ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ୍ ଏନକାଉଣ୍ଟରରେ ମୃତ

ନୂଆ ଦିଲ୍ଲୀ ୬-୧୨ (ଓଡ଼ିଆ ପୁଅ) ହାଇଦ୍ରାବାଦ୍ ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ସମସ୍ତ ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ୍ ଏନକାଉଣ୍ଟରରେ ମୃତ ବୋଲି ଖବର ମିଳିଛି। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ଚାରି ଆରୋପୀ ଏହି ଚାରି ଅଭିଯୁକ୍ତ କହିଥିଲେଯେ, ସେମାନେ ଯେତେବେଳେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜଣାଇଲେ ସେତେବେଳେ ସେ ଜୀବିତ ଥିଲେ।

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ସାମୁହିକ କଳାତ୍କାର ପରେ ହତ୍ୟା ଏବଂ ମୃତଦେହକୁ ଜଳାଇଦେବା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ପ୍ରତ୍ୟେକ ଲୋକ ଅଭିଯୁକ୍ତମାନଙ୍କୁ ତୁରନ୍ତ ସର୍ବସାଧାରଣରେ ଦଣ୍ଡ ଦେବାକୁ ଦାବି କରୁଥିଲେ। ଏହା ମଧ୍ୟରେ ଚାରିଜଣ ଅଭିଯୁକ୍ତଙ୍କର ପରିବାର ମଧ୍ୟରୁ ଜଣେ ଅଭିଯୁକ୍ତର ମା’ କହିଥିଲେ ଯଦି ଏମିତି ଘୃଣ୍ୟ ଅପରାଧ କରିଛି ତେବେ ତାଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଅ କିମ୍ବା ତାଙ୍କୁ ଜୀଅନ୍ତା ଜଳାଇ ଦିଅ।

‘ଜୀଅନ୍ତା ଜଳେଇ ଦିଅ’

ଘଟଣାର ଜଣେ ଅଭିଯୁକ୍ତ ସି.ଚେନ୍ନାକେସାବୁଲୁର ମା’ ଶ୍ୟାମଲା ଇରାଜୀ ଦୈନିକ ଦ ଟାଇମ୍ସ ଅଫ ଇଣ୍ଡିଆକୁ କହିଥିଲେ, ‘ତାକୁ ଫାଶୀ ଦଣ୍ଡ ଦିଅ କିମ୍ବା ଜୀଅନ୍ତା ଜଳେଇ ଦିଅ।’ ଅଭିଯୁକ୍ତର ମା’ ଏହା ମଧ୍ୟ କହିଥିଲେ ସେ ସେହି ପରିବାରର ଦୁଃଖକୁ ବୁଝି ପାରୁଛନ୍ତି ଏବଂ କହିଛନ୍ତି ‘ମୋର ମଧ୍ୟ ଗୋଟିଏ ଝିଅ ଅଛି ଏବଂ ମୁଁ ସେହି ପରିବାରର ଦୁଃଖ ଏବଂ ଯନ୍ତ୍ରଣା ବୁଝି ପାରୁଛି କି ସେ ପରିବାର ସାଥିରେ କ’ଣ ବିତୁଥିବ। ଯଦି ମୁଁ ନିଜର ପୁଅ ସପକ୍ଷରେ ଯିବି ତେବେ ଆଜୀବନ ଲୋକେ ମୋତେ ଘୃଣା କରିବେ।’

୧୪ ଦିନର ରିମାଣ୍ଡ

ଏହା ମଧ୍ୟରେ କୋର୍ଟ ଚାରିଜଣ ଅଭିଯୁକ୍ତଙ୍କୁ ୧୪ ଦିନର ରିମାଣ୍ଡରେ ପଠାଇଥିଲେ। ରାଗରେ ଲୋକମାନଙ୍କର ବିରୋଧ ପ୍ରଦର୍ଶନର କାରଣରୁ ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟକୁ ନେଇକରି ଯାଇପାରୁନାହିଁ। ଏହି କାରଣରୁ ଅଭିଯୁକ୍ତମାନଙ୍କର ପୁଲିସ ଷ୍ଟେସନରୁ ହିଁ ଭିଡ଼ିଓ କନଫରେସିଂ ଜରିଆରେ ମାଜିଷ୍ଟ୍ରେଙ୍କ ଆଗରେ ହାଜର କରାଯାଇଥିଲା।

ହାଇଦ୍ରାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଦର୍ଶନ

ହାଇଦ୍ରାବାଦରେ ଶାଦନଗରର ଲୋକମାନେ ପୋଲିସ ଥାନା ସାମନାରେ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଥିଲେ। ଏହି ପୁଲିସ ଥାନାରେ ଚାରିଜଣ ଅଭିଯୁକ୍ତଙ୍କୁ ରଖାଯାଇଥିଲା। ହାଇଦ୍ରାବାଦରୁ ୫୦ କିଲୋମିଟର ଦୂର ଏହି ପୁଲିସ ଥାନା ସାମନାରେ ‘ଆମକୁ ନ୍ୟାୟ ଦରକାର’ର ନାରା ଲଗାଇଥିଲେ ଲୋକେ।

ସୂଚନାଯୋଗ୍ୟଯେ, ଅଭିଯୁକ୍ତମାନଙ୍କର ପରିଚୟ ହେଲା ଟ୍ରକ ଚାଲକ ମୋହମ୍ମଦ ଆରିଫ, ଟ୍ରକ ଚାଲକ ଚିନ୍ତାକୁନ୍ତା ଚେନ୍ନାକେଶାବୁଲୁ, କ୍ଲୀନର ଜୋଲୁ ଶିବା ଏବଂ ଜୋଲୁ ନବୀନ ହେଉଛନ୍ତି ଚାରିଜଣ ଅଭିଯୁକ୍ତ। ଜାଞ୍ଚ ଏବଂ ଘଟଣାକ୍ରମ ବିଷୟରେ ଜାଣିବା ପାଇଁ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇକରି ଯାଇଥିଲା ଏବଂ ତାଙ୍କର ବୟାନ ରେକର୍ଡ଼ କରାଯାଉଥିଲା।