Odiapua.com

ବଡ଼ ଖବର – ଚାହିଦା ଅଧିକ – ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନରେ ୫ ଟି କୋଚ୍ ଅଧିକ ଯୋଡ଼ାଯିବ – ପୂର୍ବତଟ ରେଳବାଇ

ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) ପୂର୍ବତଟ ରେଳବାଇ ପକ୍ଷରୁ ଏବେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା କାଲି ଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଯିବାକୁ ଥିବା ସ୍ପେଶାଲ ଏସି ଟ୍ରେନରେ ଲୋକଙ୍କ ସୁବିଧାକୁ ନଜର ରଖି ଆଉ ୫ ଟି ବଗି ବୃଦ୍ଧି ହେଇଛି। ଏବେ ୧୫ ବଦଳରେ ୨୨ ଟି ବଗି ଲାଗିବ।

ଟିକେଟ୍ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏସି ଟ୍ରେନରେ ଆଉ ପାଞ୍ଚଟି କୋଚ୍ ରହିବେ ବୋଲି ପୂର୍ବ ତଟ ରେଳବାଇ କହିଛି। ୧୭ ଟି କୋଚ୍ ସହିତ ଆଉ ୪ଟି 3ଟାୟାର ଏସିର କୋଚ୍ ଏବଂ ଗୋଟିଏ ୨ଟାୟାର ଏସିର କୋଚ୍ ଯୋଡ଼ାଯିବ। ଆସନ୍ତାକାଲିର ଟ୍ରେନରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ।