Odiapua.com

ବଡ଼ଭାଇକୁ ମାରି ଜଙ୍ଗଲରେ ପୋତିଦେଲା ସାନଭାଇ – ମୃତଦେହ ଉଦ୍ଧାର

ବଲାଙ୍ଗୀର, ୨୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅଧିନସ୍ଥ ଗୋରୁବଜାର ନିବାସୀ √ଗିଦଲି ବେହେରା ନାମକ ଜଣେ ବ୍ୟକ୍ତିଙ୍କ ବଡ଼ ପୁଅ ସଞ୍ଜୟ ବେହେରା (ବୟସ-୩୩) ଗତ ୪-୧୦-୨୦୨୧ ରୁ ନିଖୋଜ ହୋଇଯାଇଥିଲେ। ଏ ନେଇ ଟିଟିଲାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ରଞ୍ଜନ ବେହେରା ଏକ ମାମଲା ଦାୟର କରି ତଦନ୍ତ ଜାରି ରଖି ଥିବା ବେଳେ ଆଜି ଟିଟିଲାଗଡ଼ ଥାନାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଝାରଦେବନ୍ଧ ନାମକ ଏକ ଶିବ ମନ୍ଦିର ନିକଟରେ ଥିବା ଜଙ୍ଗଲ ରେ ଉକ୍ତ ନିଖୋଜ ସଞ୍ଜୟର ମୃତ ଦେହ ଉଦ୍ଧାର କରାଯାଇ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଉକ୍ତ ମୃତ ସଞ୍ଜୟ ଙ୍କ ପିତା ଗିଦଲି ବେହେରା ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ସେ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କ ବଡ଼ ପୁଅ ସଞ୍ଜୟ ତାଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟ କରି ଆସୁଥିଲେ। ତେବେ ପାରିବାରିକ ଅସାନ୍ତି ଲାଗି ରହିଥିଲା। ଏ ନେଇ ପୋଲିସ ସବିଶେଷ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ସଞ୍ଜୟ କୁ ତାର ଏକ ମାତ୍ର ସାନଭାଇ ପ୍ରମୋଦ ବେହେରା (ବୟସ-୨୭) ନିଜେ ହତ୍ୟା କରିଦେଇଥିବା ସୂଚନା ମିଳିଛି। ଏ ନେଇ ସବିଶେଷ ତଦନ୍ତ ଆରମ୍ଭ କରିଛି ପୋଲିସ୍। ସ୍ଥାନୀୟ ଅଞ୍ଚଳରେ ଏ ନେଇ ବେଶ ହଟ, ଚମଟ ସୃଷ୍ଟି ହୋଇଛି। ପୋଲିସ ତରଫରୁ ହତ୍ୟା କେମିତି ଓ ତାର ନିଜ ଭାଇ ନା ଅନ୍ୟ କାହା ସହ ହତ୍ୟା କରାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ।