Odiapua.com

ବ୍ୟାସକବି ନଗରରେ ଫକୀର ମୋହନ ଜୟନ୍ତୀ

ବାଲେଶ୍ୱର, ୧୪ା୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ସହଦେବଖୁଣ୍ଟାସ୍ଥିତ ବ୍ୟାସକବି ନଗର ବିକାଶ ପରିଷଦ ପକ୍ଷରୁ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଏବଂ ସଂଗଠନ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହରର ଚାନ୍ଦମାରୀ ପଡ଼ିଆସ୍ଥିତ ବିଶେଶ୍ୱରାୟ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ଅରୁଣ ଦେ ଏହାକୁ ଉଦ୍‌ଘାଟନ କରିବା ସହ ଜିଲ୍ଲାର ରକ୍ତର ଅଭାବ ପୂରଣରେ ବିକାଶ ପରିଷଦର ଏହି ପ୍ରାୟସ ବେଶ୍ ପ୍ରଶଂସନୀୟ ବୋଲି କହିଥିଲେ। ବ୍ରିଟର ସମ୍ପାଦକ ନବିନ ସିଂହ, ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଓ ଇଂ ହୃଷିକେଶ ସାହୁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ପରେ ସେଠାରେ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମନୋଜ ନାୟକ, ଭଗବାନ ମୋହିନୀ, ଶ୍ରଦ୍ଧାଞ୍ଜଳି ରାୟ, ଜୟଶ୍ରୀ ବିଶ୍ୱାଳ, ପ୍ରତିଭା ବାରିକ, ଶକିଲା ବାନୋ, ଜିଲ୍ଲା ଶିଶୁମଙ୍ଗଳ କମିଟି ସଦସ୍ୟା ଗୌରୀ ଉପାଧ୍ୟାୟ ପ୍ରମୁଖ ଏଥିରେ ଯୋଗଦେଇ ବ୍ୟାସକବିଙ୍କ ଜୀବନାଦର୍ଶ ଓ ଓଡ଼ିଆ ଭାଷାର ସୁରକ୍ଷାରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଜିତେନ୍ଦ୍ର ଉପାଧ୍ୟାୟ ଏଥିରେ ବିବରଣୀ ଉପସ୍ଥାପନ କରିଥିଲେ। ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସରସ୍ୱତୀ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ କିଶୋର ରାଉତ, ରଞ୍ଜନ କୁମାର ଭୋଇ, ଇଂ ଡମ୍ବୁରୁଧର ପ୍ରଧାନ, ସୁବ୍ରତ କୁମାର ଦାଶ, ସଞ୍ଜୟ କୁମାର ଚୌଧୁରୀ, ଶେଖ ଇସଲାମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।