Odiapua.com

ବ୍ୟାସକବି ଓଡ଼ିଆ ସାହିତ୍ୟରେ ଆଧୁନିକତାର ଅନତିକ୍ରମଣୀୟ ପୁରୋଧା, ଭଦ୍ରକ ରୋଟାରୀ କ୍ଲବ ଓ ବ୍ୟାସକବି ଜୟନ୍ତୀ ଆନୂକୁଲ୍ୟରେ ଫକୀରମୋହନ ଜୟନ୍ତୀ ପାଳିତ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା ଓ ସାହିତ୍ୟର ତ୍ରାଣକର୍ତ୍ତା ଓ ପ୍ରାଣ ପ୍ରତିଷ୍ଠାତା ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାମ୍ନାରେ କୌଣସି ଉଦାହରଣ ନଥିବାରୁ ସେ ନିଜେ ର୍ହି ଥିଲେ ନିଜର ଉଦାହରଣ । ସଂକ୍ରାନ୍ତି ପୁରୁଷ ଫକୀର ମୋହନ ବାସ୍ତବରେ ଓଡ଼ିଆ ସାହିତ୍ୟରେ ଆଧୁନିକତାରେ ପୁରୋଧା ଥିଲେ । ଆଧ୍ୟାତ୍ମିକତା ହେଉ ବା ଭାଷା ଆନ୍ଦୋଳନ କିମ୍ବା ହାସ୍ୟ ବ୍ୟଙ୍ଗ ବା ସାମାଜିକ ସଂସ୍କାର, ସୃଜନର ପ୍ରତିଟି ବିଭବରେ ସେ ଅନତିକ୍ରମଣୀୟ ଥିଲେ ବୋଲି ଭଦ୍ରକ ରୋଟାରୀ କ୍ଲବ ଓ ଫକୀରମୋହନନ ଜୟନ୍ତୀ କମିଟି ଆନୂକୁଲ୍ୟରେ ଅନୁଷ୍ଠିତ ବ୍ୟାସକବି ଜୟନ୍ତୀ ଉସ୍‌ôବରେ ମତ ପ୍ରକାଶ ପାଇଛି । ସାଳନ୍ଦୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ସଭା ଗୃହରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉସ୍‌ôବରେ ସମ୍ମାନିତ ବକ୍ତା ରୂପରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଓଡ଼ିଆ ଭାଷା ଆନ୍ଦୋଳନର ନାୟକ ଫକୀରମୋହନ, ପ୍ରାବନ୍ଧିକ ବିଶ୍ୱରଂଜନ ଦାସ ବ୍ୟାସକବିଙ୍କ ରଚନାରେ ହାସ୍ୟରସ ଓ ବ୍ୟଙ୍ଗ ଏବଂ ଅଧ୍ୟାପକ ନାସିର ବକ୍ସ ସଂକ୍ରାନ୍ତି ପୁରୁଷଙ୍କ ସୃଷ୍ଟିରେ ଆଧ୍ୟାମ୍‌ôିକ ଦୃଷ୍ଟିଭଙ୍ଗୀ ଉପରେ ସାରଗର୍ଭକ ଆଲୋଚନା କରିଥିଲେ । ପ୍ରାରମ୍ଭରେ ରୋଟାରୀ କ୍ଲବର ସମ୍ପାଦକ ସନ୍ତୋଷ କୁମାର ନାୟକ ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ଜୟନ୍ତୀ କମିଟିର ଆବାହକ ଅଭିଜିତ ନାୟକ ପ୍ରାକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ରୋଟାରୀ କ୍ଲବ ସଭାପତି ଇନ୍ଦ୍ରଜିତ ସାହୁ ଉସ୍‌ôବର ଶେଷ ସ୍ପର୍ଶ ଦେବା ସହ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡ଼େମିର ନିର୍ବାଚିତ ସଦସ୍ୟ ପୁର୍ଣ୍ଣଚନ୍ଦ୍ର ବହଳୀ ଓ ଜିଲ୍ଲା ସଦସ୍ୟ ପବିତ୍ର ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା । ଏହି ଉସ୍‌ôବରେ ଲଲାଟେନ୍ଦୁ ମହାନ୍ତି, ଡ.ରାଧାରାଣୀ ମହାପାତ୍ର, ଅଟଳବିହାରୀ ନାୟକ,ଡ.ରାମଚନ୍ଦ୍ର ନାୟକ,ହରମୋହନ କୁଅଁର, ଡ.ଗୋଲକ ବିହାରୀ ସାହୁ, ଅଶୋକ ଜେନା, ରୋ.ମାଙ୍ଗିଲାଲ ବଳଦେବା, ରୋ.ବସନ୍ତ ପାଣିଗ୍ରାହୀ, ରୋ.ଅତିସ ବେହେରା, ରୋ. ବିଜୟ ସାହୁ,ରୋ. ପ୍ରମୋଦ ଜେନା, କାଦମ୍ବିନୀ ମହାନ୍ତି, ସ୍ନେହଲତା ବେହେରା ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିଲେ ।