Odiapua.com

ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ଶ୍ରେଷ୍ଠ କ୍ରୀଡାବିତ ସମ୍ମାନ

ଭୁବନେଶ୍ଵର,୦୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ପାଇଁ ଆସିଛି ସୁବର୍ଣ୍ଣ ବର୍ଷ। ଚଳିତ ବର୍ଷ ୫ଟି ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ଏହି ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କୁ ମଧ୍ୟ ମିଳିବ ସର୍ବୋଚ୍ଚ ସରକାରୀ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର’।

ଏହା ଛଡ଼ା କ୍ରୀଡ଼ା ବିକାଶରେ ନିରନ୍ତର ତଥା ଉଲ୍ଲେଖନୀୟ ଅବଦାନ ଲାଗି କିଟ୍‌ ବିଶ୍ବବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ କରାଯିବ। ଏହି ୩ ବିଭାଗ ହେଉଛି କ୍ରୀଡ଼ା‌କ୍ଷେତ୍ରକୁ ଜୀବନବ୍ୟାପୀ ସେବା ପୁରସ୍କାର, ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ। ଏଥିଲାଗି ଏକାଧିକ ଆବେଦନ ଆସିଥିଲେ ମଧ୍ୟ କାହାରିକୁ ଯୋଗ୍ୟ ବିବେଚିତ କରିନାହାନ୍ତି ବିଚାରକମଣ୍ଡଳି।

ଚଳିତ ବର୍ଷ ବିଶ୍ବ ବିଜେତା ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ସହିତ ୫ ଜଣଙ୍କୁ ମିଳିବ ସ୍ପୋର୍ଟସ ଲଗ୍ଅନ୍ କ୍ରୀଡ଼ା ପୁରସ୍କାର। ପ୍ରମୋଦଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ସମ୍ମାନ ପ୍ରଦାନ କରାଯିବାକୁ ଥିବା‌ବେଳେ ତାଙ୍କ ଗୁରୁ ଶିବ ପ୍ରସାଦ ଦାସ ପାଇବେ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ।

ପୁରସ୍କାର ବାବଦକୁ ଏହି ୫ ଜଣଙ୍କୁ ମୋଟ ୧ ଲକ୍ଷ ୧୦ ହଜାର ଟଙ୍କା ସହିତ ଟ୍ରଫି ଓ ଉପଢ଼ୌକନ ପ୍ରଦାନ କରାଯିବ। ଅଗଷ୍ଟ ୧୧ ତାରିଖରେ ଭୁବନେଶ୍ବରଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଗୁଡ ସାମାରିଟାନ୍ ଟ୍ରଷ୍ଟ୍‌ର ସମ୍ପାଦକ ତନ୍ମୟ ଦାସ ସୂଚନା ଦେଇଛନ୍ତି।