Odiapua.com

ବ୍ୟାଟେରୀ ଚାଳିତ ଗାଡି (ଓାକିନାଆ)ଚାଳିତ ଅବସ୍ଥାରେ ନିଆଁ ଲାଗିଲା

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇନ୍ଧନରୁ ରକ୍ଷା ତଥା ପରିବେଶ ପ୍ରଦୁଷଣରୁ ବଂଚିବା ପାଇଁ ସାଧାରଣ ଜନତା ବ୍ୟବହାର କରୁଥିବା ବ୍ୟାଟେରୀ ଚାଳିତ ଗାଡ(ଓାକିନାଆ)ରେ ନିଆଁ ଲାଗି ଯାଇଥିବା ବେଳେ ଆରୋହୀ ଜଣକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଖବରରୁ ପ୍ରକାଶ ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଦେବାଶୀଷ ପଣ୍ଡା ନିଜର ନୂତନ ଓାକିନାଆ ଗାଡି ଚାଳନା କରି ନିଜ ଘର କୁ ଫେରୁଥିବା ସମୟରେ ଗାଡିରୁ ଧୂଆଁ ଉଠିଥିଲା ।ଏହା ଦେଖି ଦେବାଶିଷ ଗାଡିକୁ ରଖି ଦେଇଥିଲେ । ମାତ୍ର ଗାଡି ଷ୍ଟାଣ୍ଡ ମାରିବା ପୂର୍ବରୁ ଗାଡିଟିରେ ନିଆଁ ଲାଗି ସଂପୂର୍ଣ ଭାବେ ପୋଡି ଯାଇଥିଲା । ଗାଡିର ମାଲିକ ତଥା ଚାଳକ ଦେବାଶିଷ ଅଳ୍ପକେ ଆହତ ହୋଇଥିବା ବେଳେ ଗୋଟିଏ ସପ୍ତାହ ପୂର୍ବରୁ କିଣି ଥିବା ବ୍ୟାଟେରୀ ଚାଳିତ ଗାଡି ସଂପୂର୍ଣ୍ଣ ଚାଳନା ଅବସ୍ଥାରେ ପୋଡି ଯାଇଛି ।