Odiapua.com

ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ୱର୫ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୁବନେଶ୍ୱର ଅଶୋକନଗର ୟୁକୋ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହକୁ ପୁଲିସ ତାଙ୍କ ବାସଭବନରୁ ଉଦ୍ଧାର କରିଥିଲେହେଁ ମୃତର କାରଣ ଜଣାପଡି ନଥିବା ପୁଲିସ ସୂଚନା ଦେଇଛି। ମୃତ ମ୍ୟାନେଜର ଆର.ରଞ୍ଜିତା ରାଓ ଙ୍କ ମୋବାଇଲ୍ ରୁ ପୁଲିସ ଏକ ବିରହ ଗୀତ ପୋଷ୍ଟ କରିଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଆଲୋଚ୍ୟର ବିଷୟ ହୋଇଛି।

ଖବର ଅନୁଯାୟୀ, ମୃତ ବ୍ୟାଙ୍କ ମ୍ୟାନେଜର ରଞ୍ଜିତା ରାଓଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ସେ ବରମୁଣ୍ଡା ହାଉସିଂବୋର୍ଡ MIG-୫୧ ରେ ଏକ ଭଡାଘରେ ରହୁଥିଲେ।