Odiapua.com

ବ୍ୟାଙ୍କ କାର୍ଯ୍ୟକ୍ଷମର ହେବାର ୨ ମାସ ବିତିଲା ପରେ ପୁଣି ଉଦ୍ଘାଟିତ ହେଲା

କୋଦଳା : ୨୫/୦୯ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ବୁଧବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଖଣ୍ଡିଆନଈ ଠାରେ ଏକ ଆଇ ସି ଆଇ ସି ଆଇ ବ୍ୟାଙ୍କର ଉଦଘାଟନ କରାଯାଇଛି। ତେବେ ଏହି ଉଦଘାଟନକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି। ଜିଲ୍ଲାପାଳଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ ସମୟରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ୨ ମାସ ହେଲା ଏହି ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲି ଗ୍ରାହକ ମାନେ ସମସ୍ତ ପ୍ରକାର ନେଣ ଦେଣ କରୁଛନ୍ତି। ଏଥି ସହିତ ବ୍ୟାଙ୍କକୁ ଲାଗି ଏକ ଏଟିଏମ ମଧ୍ୟ ଖୋଲିଛି। ଏହି ଏଟିଏମ ରୁ ମଧ୍ୟ ୨ ମାସ ହେଲା ଟଙ୍କା ଉଠାଣ ଚାଲିଛି। ଏପରି ସ୍ଥଳେ ବ୍ୟାଙ୍କକୁ ଉଦଘାଟନ କରାଯିବା ହାସାସ୍ପଦ କଥା ବୋଲି କହିଛନ୍ତି ବେଗୁନିଆପଡ଼ା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଆବାହକ ସୁଶାନ୍ତ କୁମାର ପଟ୍ଟନାୟକ। କୌଣସି ପ୍ରକଳ୍ପ କିମ୍ବା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଉଦଘାଟନ କରାଯିବା କଥା। କିନ୍ତୁ ୨ ମାସ ଧରି କାର୍ଯ୍ୟ ଚାଲୁ ଥିବା ବେଳେ ପୁଣି ଉଦଘାଟନ କରାଯିବା ଏବଂ ଜିଲ୍ଲାପାଳଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମୟ ମିଳୁନଥିବା ବେଳେ ତାଙ୍କୁ ଏହି ଉଦଘାଟନୀ ଉତ୍ସବରେ ସାମିଲ କରାଯିବା ଆୟୋଜକଙ୍କ କି ପ୍ରକାର ମାନସିକତା ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲାପାଳଙ୍କ ଅଗୋଚରରେ ଏଭଳି କାର୍ଯ୍ୟ ହୋଇଥାଇପାରେ ବୋଲି ସେ ସନ୍ଦେହ କରୁଥିବା କହିଛନ୍ତି। ଏଥି ସହିତ ବୁଧବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ବେଗୁନିଆପଡ଼ା ବ୍ଳକ ରାଗପୁର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଯାଇ ସେଠାରେ ଅଧ୍ଯକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ବେଗୁନିଆପଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ବିଭିନ୍ନ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ତଦାରଖ କରିଥିବା ଜଣାପଡିଛି।