Odiapua.com

ବ୍ୟାଙ୍କ କର୍ମଚାରୀ ଙ୍କ ଦୌରାତ୍ମ, ସାଧାରଣ ଦୁର୍ଦ୍ଦଶାର ଶିକାର ନେଇ କାର୍ଯ୍ୟନୁଷ୍ଠାନ ଦାବି

ବଲାଙ୍ଗୀର/ଟିଟିଲାଗଡ଼, ୧-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ସରକାରୀ ସ୍ୱୀକୃତି ପ୍ରାପ୍ତ ଘରୋଇ ବ୍ୟାଙ୍କ ଗୁଡ଼ିକ ରେ ସଠିକ ସୁବିଧା ସମସ୍ତ ଗ୍ରାହକ ଙ୍କୁ ପ୍ରଦାନ କରାଯିବା ନିୟମ ରହିଥିବା ବେଳେ ଏହାର ଏହି ଟିଟିଲାଗଡ଼ ରେ ସମ୍ପୂର୍ଣ୍ଣ ଉଲଂଘନ କରାଯାଇଅସୁଥିବା ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରକାଶ ଯେ, ବିଭିନ୍ନ ଯୋଜନା କ୍ରମେ ସାଧାରଣ ଚେକ ଜମା ବ୍ୟାଙ୍କ ରେ କରୁଥିବା ବେଳେ ବିନା କୌଣସି କାରଣରେ ମନଇଚ୍ଛା ଦିନ ଗଡେଇ ଚାଲିଥିବା ତଥା ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଚେକ ବହି, ଏଟିଏମ ପ୍ରଦାନ, ତଥା ଟଙ୍କା ଉଠାଣ ଓ ଜମା ସହ ବିଭିନ୍ନ ଋଣ ପ୍ରଦାନ ଆଦି କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏହି ସହରରେ ଥିବା କର୍ପୋରେସନ ବ୍ୟାଙ୍କ ରେ ଥିବା କର୍ମଚାରୀ ମାନେ ନିଜ ସ୍ଥାନରେ ନ ରହି ମନଇଛା ନିଜ କାଉଣ୍ଟର ଛାଡି ଲୋକଙ୍କୁ ଜଗେଇ ଚାଲିଯିବା, ତଥା କର୍ମଚାରୀ ନିଜ ମଧ୍ୟରେ କଥା, ବାର୍ତ୍ତା କରି ସମୟ ଗଡେଇ ଚାଲିଥିବା ଓ ଧାଡିରେ ଜଗିରହି ଥିବା ଲୋକଙ୍କୁ ଲିଙ୍କ ଫେଲ ଥିବା, ତଥା ଅନ୍ୟ ବିଭିନ୍ନ ଆଳରେ ଦୂର, ଦୁରାନ୍ତ ଆସି ଥିବା ଲୋକଙ୍କୁ ଫେରାଇବା ଅଭିଯୋଗ ହୋଇଛି। ଏପରି କି ଦୁର୍ବ୍ୟବହାର ତଥା ଆଖ, ପାଖ ଗ୍ରାମାଞ୍ଚଳର ସରଳ ଲୋକଙ୍କୁ ଗାଳି, ଗୁଲଜ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଲିଖିତ ଅଭିଯୋଗ ସତ୍ୱେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବା ଅଭିଯୋଗ ହୋଇଆସୁଛି। ପ୍ରକାଶ ଯେ, ରୋଜିନା ବିବି ନାମ୍ନୀ ଜଣେ ମହିଳା ତାଙ୍କର ଏକ ଚେକ ୨୦ ଦିନ ଧରି ଉକ୍ତ ବ୍ୟାଙ୍କ ରେ ଜମା କରିଥିବା ବେଳେ ତାଙ୍କ ଲିଙ୍କ ଫେଲ, ଷ୍ଟାଫ କମ ଅଛନ୍ତି, ମେନେଜର ଙ୍କ ଦସ୍ତଖତ ହୋଇନି କହି ତାଙ୍କୁ ଓ ତାଙ୍କ ସ୍ବାମୀ ଙ୍କୁ ହଇରାଣ କରିଆସୁଥିବା ଓ ଅଭିଯୋଗ କରି ସୁଦ୍ଧା କିଛି ସୁଫଳ ନ ମିଳିବା ପ୍ରକାଶ କରିଛନ୍ତି। ସେହିପରି ଗତ ମଙ୍ଗଳବାର ବ୍ୟାଙ୍କ କର୍ମଚାରୀ ନିଜ କାଉଣ୍ଟର ଛାଡ଼ି ଲୋକଙ୍କୁ ଜଗେଇ ଦୀର୍ଘ ସମୟ ଧରି ଧରି ଚାଲିଯାଇ ଥିବା ବେଳେ ଅସମ୍ଭାଳ ଭିଡ଼ ସହ ଠେଲା, ପେଲା ସହ ଧସ୍ତାଧସ୍ତି ହୋଇଯାଇଥିଲା। କୋଭିଡ ନିୟମ ଅନୁଯାୟୀ ମାସ୍କ ସେନିଟାଇଜର, ପିଇବା ପାଣି, ତଥା ମହିଳା ଓ ପୁରୁଷ ଙ୍କ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା ନାହିଁ। ସେହିପରି ମାସିକ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ସ୍ଥାନୀୟ ମୁନିସିପାଲଟି ତରଫରୁ ଚେକ ଜରିଆରେ ଜମା କରାଯାଉ ଥିବା ବେଳେ ୧୫ ଦିନରୁ କୋଡିଏ ଦିନ ପର୍ଯ୍ୟନ୍ତ ଦିନ ଗଡେଇବା ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି। ଏ ନେଇ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପଭୋକ୍ତା ଦାବି କରିଛନ୍ତି।