Odiapua.com

ବ୍ୟାଙ୍କରେ କ୍ୟାଣ୍ଟିନରେ ଗ୍ୟାସ ପାଇପ ଲିକ ହୋଇ ଅଘଟଣ, ଅଗ୍ନିକାଣ୍ଡ

ପୁରୀ ୧୯ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅଘଟଣ ଟଳିଯାଇଛି। ବ୍ୟାଙ୍କରେ କ୍ୟାଣ୍ଟିନରେ ଗ୍ୟାସ ପାଇପ ଲିକ ହୋଇ ଘଟିଥିଲା ଅଗ୍ନିକାଣ୍ଡ। ବ୍ୟାଙ୍କରେ ଧୂଆଁମୟ ହେବାରୁ ଗ୍ରାହକ ଓ କର୍ମଚାରୀ ଭୟଭୀତ ହୋଇ ବ୍ୟାଙ୍କ ବାହାରକୁ ଜୀବନ ବିକଳରେ ପଳାଇ ଆସିଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ରେ ବ୍ୟାଙ୍କର ବିଶେଷ କିଛି ନଷ୍ଟ ହୋଇ ନାହିଁ। ଆଜି କ୍ୟାଣ୍ଟିନରେ ରୋଷେଇ ହେଉଥିବା ସମୟରେ ଏଭଳି ଘଟଣା ଘଟିଥିଲା।