Odiapua.com

ବ୍ୟବସାୟ କରୁଥିବା ବେଳେ ଟ୍ରକ ଚଢିଯିବାରୁ ୧ ମୃତ ୪ ଗୁରୁତର

ଯାଜପୁର ୪ା୯( ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜିଲ୍ଲାର ପ୍ରଳୟଙ୍କରୀ ବନ୍ୟା ଓ ମହାମାରୀ କରୋନା ସଂକ୍ରମଣରୁ ନିଜକୁ ରକ୍ଷାକରି ଦୁର୍ଦିନରେ ଜିଲ୍ଲାର ବାରବାଟି ପରିବାହାଟରେ ଦୈନଦିନ ପରିବା ବେପାର କରି ନିଜ ପରିବାର ପ୍ରତିପୋଷଣ କରୁବା ଦେଖିବାକୁ ମଳୁଥିଲା। ହେଲେ ଭାଗ୍ୟର ବିଡମ୍ବନା ପ୍ରତି ଦିନ ଭଳି ପରିବା ବେପାରୀ ଆଜି ପରିବାହାଟରେ ବେପାର କରୁଥିବା ବେଳେ ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ସହ ବେପାରୀ ଉପରେ ଚଢିଜିବାରୁ ବେପାରୀ ଅମୁଲ୍ୟ ସେଠୀଙ୍କର (୩୨) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇ ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି କୁଆଖିଆ ନିକଟସ୍ଥ ବାରବାଟି ପରିବା ହାଟରେ ବେପାରୀଙ୍କ ଭିଡ ଲାଗି ବେପାର ହେବାବେଳେ କଲିକତାରୁ କଟକ ଏକ ମାଲବାହି ଟ୍ରକ ପରିବା ମାର୍‌କେଟ ନିକଟରେ ଏକ ଷ୍ଟିଲ ବୋଝେଇ ଟ୍ରକକୁ ଓଭର ଟେକ୍ କରି ନିଜର ଭାରସାମ୍ୟ ହରାଇ ରାସ୍ତା କଡରେ ବେପାର କରୁଥିବା ଅମୁଲ୍ୟ ଦୋକାନ ସହ ତା ଉପରେ ଚଡିଯାଇଥିଲା। ଘଟଣା ସ୍ଥଳରେ ଅମୁଲ୍ୟର ପ୍ରାଣ ବାୟୁ ଉଡିଯାଇଥିବା ଦେଖିବାକୁ ମିଳିଥିଲା ଏବଂ ଘଟଣା ସ୍ଥଳରେ ସରବଣା ଅଞ୍ଚଳର ବିଭୀଷଣ ଦାସ(୬୫) ଓ ପେଙ୍ଗୁଆ ଅଞ୍ଚଳର ବୀର ସାହୁ(୩୫)ଙ୍କ ସମେତ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବିଭୀଷଣ ଦାସ ଓ ବୀର ସାହୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଅନ୍ୟ ୨ଜଣ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଫେରାର ହୋଇଯାଇଛି।