ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ପାଳସାହି ପଂଚାୟତସ୍ଥିତ ବେତାଳିଗାଁର ଯୁବ ବ୍ୟବସାୟୀ ସମାଜସେବୀ ମୃତ୍ୟୁଞ୍ଜୟ ସାହୁ (୪୬)ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ଜଣେ ପରୋପକାରୀ, ସଙ୍ଗଠନପ୍ରେମୀ ଓ ମେଳାପୀ ବ୍ୟକ୍ତି ଭାବେ ଅଂଚଳରେ ପରିଚିତ ମୃତ୍ୟୁଞ୍ଜୟ ଗତକାଲି ରାତିରେ ଘରେ ଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ମାତ୍ର ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।ସେ ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ଶନିବାର ପାଳସାହି, ରଇପୁର ସମେତ ଆଖପାଖ ଅଂଚଳର ବହୁ ଲୋକ ଏକତ୍ରିତ ହୋଇଥିଲେ। ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ବେତାଳିଗାଁ ବଜାର, ସ୍କୁଲ ଓ କଲେଜ ପରିକ୍ରମା କରାଯାଇ ଶେଷ ବିଦାୟ ଦିଆଯାଇଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ଶାରଦା ପ୍ରସନ୍ନ ସାହୁ ବିଜେଡି ନେତା ଡା ସଞ୍ଜୟ ଦାସ,ବିଜେପି ନେତା ଅନିରୁଦ୍ଧ ସାହୁ, ସୁଶାନ୍ତ ନାୟକ ସରପଂଚ ଅଜୟ ମଳିକ, ଜଗତାନନ୍ଦ ସେଠୀ ଅନ୍ତର୍ଯ୍ୟାମୀ ପତି,ସାମ୍ବାଦିକ ଦୀପ୍ତିରଞ୍ଜନ ନାୟକ,ଦୀପ୍ତିରଞ୍ଜନ ସାହୁ,ସିଦ୍ଧାର୍ଥ ମିଶ୍ର ଅନ୍ତର୍ଯ୍ୟାମୀ ଦାସ,ସ୍ୱାଧୀନ ଦାସ, ଅଧ୍ୟାପକ ନିକୁଞ୍ଜ କିଶୋର ଜେନା ଓ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ କର,ବରିଷ୍ଠ ଆଇନଜୀବୀ ଦେବାଶିଷ ସାମଲଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ବିଭିନ୍ନ ଦଳର ନେତୃବୃନ୍ଦ ଯୋଗଦେଇଥିଲେ।ମୃତ୍ୟୁଞ୍ଜୟଙ୍କ ବିୟୋଗରେ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକବ୍ୟକ୍ତ କରିଛନ୍ତି।ଜନ୍ମସ୍ଥାନ ବେତାଳିଗାଁ ଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ଏବଂ ପୁତ୍ର ରୁଦ୍ର ମୁଖାଗ୍ନି ଦେଇଛନ୍ତି।