Odiapua.com

ବ୍ୟବସାୟୀଙ୍କ ପରଲୋକ

ହାଟଡିହି -୨୪। ୮ : (ଓଡିଆ ପୁଅ)ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ପ୍ରେମାନନ୍ଦ ବିଶ୍ୱାଳଙ୍କ ୫୨ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଛେନାପଦିଛକରେ ଦୀର୍ଘଦିନ ଧରି ବ୍ୟବସାୟ କରିଆସୁଥିଲେ। ସେ ଜଣେ ଯାତ୍ରାପ୍ରେମୀ ଓ ମଞ୍ଚ କଳାକାର ଭାବେ ମଧ୍ୟ ପରିଚିତ ଥିଲେ। ସେ ଜଣେ ପରୋପକାରୀ, ଆମାୟିକ ବ୍ୟକ୍ତି ଭାବେ ପରିଚିତ ଥିଲେ। ଗାଁର ପିଲାମାନଙ୍କୁ ନେଇ ଡ୍ରାମା, ଅପେରା ଆଦି ମଞ୍ଚସ୍ଥ କରୁଥିବାବେଳେ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ସମସ୍ତଙ୍କର ପ୍ରୀୟପାତ୍ର ହୋଇପାରିଥିଲେ। ସେ ଗତ କିଛିମାସ ହେବ ଅସୁସ୍ଥ ହୋଇ ଚିକିତ୍ସାଧିନ ଥିବାବେଳେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପରଲୋକ ଖବରପାଇ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ପରେ ତାଙ୍କ ମରଶରୀରକୁ ବାଲିଆ ପୋଖରୀ କୁଳକୁ ନିଆଯାଇ ସେଠାରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।