Odiapua.com

ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ସୁନା ରୂପା ଅଳଙ୍କାରକୁ ଉଦ୍ଧାର କଲା ପୁଲିସ୍ ,ଦୁଇ ଲୁଟେରା ଗିରଫ, ପଲସର ବାଇକ୍ ଜବତ

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା। ଛୀନ ତାଇ କରି ଲୁଟି ନେଇ ଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର। ଦୁଇ ଲୁଟେରା ଗିରଫ। ଗିରଫ ଦୁଇ ଲୁଟେରା ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଅଂଚଳ ର କେ ଦୁଲାଲ ଏବଂ ବିକ୍ରମ ଦାସ। ଏହି ଦୁହି ଜଣ ଲୁଟେରା ଗତ ଜାନୁଆରୀ ମାସ ୧୭ ତାରିଖ ରାତିରେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ମଠ ସାହି ଠାରୁ ଜଣେ ସୁନା ବ୍ୟବସାୟୀ ଙ୍କ ଠାରୁ ସୁନା ଓ ରୁପା ଥିବା ବେଗ କୁ ଛୀନ ତାଇ କରି ଫେରାର ହୋଇ ଯାଇଥିଲେ। ଏ ସମ୍ପର୍କ ରେ ସୁନା ବ୍ୟବସାୟୀ ସିନ୍ଧୁ ସାହା ଭଦ୍ରକ ଟାଉନ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏହି ଛୀନ ତାଇ ଘଟଣାରେ କେ ଦୁଲାଲ ଏବଂ ବିକ୍ରମ ଦାସ ସମ୍ପୃକ୍ତ ଥିବା ଜାଣି ତାଙ୍କୁ ଗତ କାଲି ରାତିରେ ଯାଜପୁର ଜିଲ୍ଲା କୋରେଇ ଥାନା ପୂର୍ବ କୋର୍ଟ ଅଂଚଳ ରୁ ଗିରଫ କରିଥିଲେ। ସେମାନଙ୍କ ନିକଟ ରୁ ୩୭୯ ଗ୍ରାମ ର ରୁପା ଅଳଙ୍କାର ଏବଂ ୧୭ ଗ୍ରାମ ର ସୁନା ଅଳଙ୍କାର ଜବତ ସହିତ ଗୋଟିଏ ପଲସର ଗାଡି କୁ ମଧ୍ୟ ଜବତ କରିଛନ୍ତି। ତେବେ ଏହି ଦୁଇ ଜଣ ବିଭିନ୍ନ ଲୁଟ ରେ ସମ୍ପୃକ୍ତ ଥିବାରୁ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା କହିଛନ୍ତି । ତେବେ ଲୁଟ ସୁନା ଓ ରୁପା ଅଳଙ୍କାର ଉଦ୍ଧାର ହୋଇ ପାରି ଥିବାରୁ ବ୍ୟବସାୟୀ ସିନ୍ଦୁ ସାହା ଖୁସି ବ୍ୟକ୍ତ କରିଛନ୍ତି ।