Odiapua.com

ବ୍ୟକ୍ତିଙ୍କ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବାର ଅଭିଯୋଗ ଆଣିଲେ ପରିବାର ଲୋକ

ବଡ଼ବିଲ, ତା ୧୭ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) ଆଜି ମଧ୍ୟାହ୍ନ ସମୟରେ ଘଷିପୁରା ଥାନା ବେଲବାହାଳି ଗ୍ରାମର ଧରଣୀଧର ସାହୁ ନାମକ ଜଣେ ବ୍ୟକ୍ତି ଘର ଛାତ ଉପରେ କାମ କରୁଥିବା ବେଳେ ହଠାତ୍ ଦେହ ଅସୁସ୍ଥ ଲାଗୁଚି କହି ପଡ଼ିଯାଇଥିଲେ। ଘଟଣା ଦେଖି ତାଙ୍କ ପତ୍ନୀ ପାଖ ପଡିଶାଙ୍କୁ ଡାକି ଧରଣୀଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକମାନେ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି କହିଛନ୍ତି। ଏହାକୁ ନେଇ ପରିବାର ଲୋକମାନେ ଘଷିପୁରା ଥାନାରେ ଅବଗତ କରାଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ମୃତଦେହ ବ୍ୟବଚ୍ଛେଦ ପରେ ଯାହା ମୃତ୍ୟୁର କାରଣ ସ୍ପଷ୍ଟ ହେବ।