Odiapua.com

ବ୍ଳକ କର୍ମଚାରୀ କରୋନା ଆକ୍ରାନ୍ତ; ତୃତୀୟ ଥର ପାଇଁ ୪୮ ଘଣ୍ଟା ସଟଡାଉନ

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟରେ ଜନୈକ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଫଳରେ ବ୍ଲକ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପାଇଁ ସଡଡାଉନ ଘୋଷଣା କରାଯାଇଛି । ସଟଡାଉନ ହେବା ବ୍ଳକ ପାଇଁ ତୃତୀୟ ଅଟେ । ସୋମବାର ଦିନ ବ୍ଲକ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଥିବା ବେଳେ ଆସନ୍ତା ବୁଧବାର ବ୍ଳକ କାର୍ଯ୍ୟାଳୟ ଖୋଲାଯିବା ନେଇ ଘୋଷଣା କରାଯାଇଛି । ଭଣ୍ଡାରିପୋଖରୀ ବଜାର, ଡାକ୍ତରଖାନା, କେନ୍ଦ୍ର ସମବାୟ ବ୍ୟାଙ୍କ ଓ ବ୍ଲକ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ବିଭିନ୍ନ ସମୟରେ ସଟଡାଉନ ହୋଇଛି । ତେବେ ଅନଲକ-୪ ପରେ ଅଧିକାଂଶ ବେଫିକର ଭାବେ ଅଯଥାରେ ବଜାରରେ ଗହଳି କରୁଥିôା ବେଳେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଉନାହାନ୍ତି ।