Odiapua.com

ବ୍ଲକ ସ୍ତରୀୟ ପନିପରିବା ଚାଷ ପ୍ରଶିକ୍ଷଣ ଶିବିର

ବାହାନଗା, ୨୧ା୧୨(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରେ ବ୍ଲକ ସ୍ତରୀୟ ପନିପରିବା ପ୍ରଶିକ୍ଷଣ ଶିବିର ବ୍ଲକ କୃଷି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ପନିପରିବା ଚାଷ ବାବଦରେ ପ୍ରଶିକ୍ଷଣ ଦିଆ ଯାଇ ଥିଲା ।ବିଭିନ୍ନ ବ୍ଲକରୁ ସହକାରୀ ହଟିକଲଚର ଅଫିସର ମାନେ ଆସି ପ୍ରଶିକ୍ଷଣ ଦେଇ ଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଏହି ତାଲିମ ନେଇ ଉନ୍ନତ ମାନର ପନିପରିବା ଚାଷ କରି ପାରିବେ । ତା ସହ ସେମାନଙ୍କୁ ଉନ୍ନତ ମାନର ବିଭିନ୍ନ ପ୍ରକା ମଞ୍ଜି ପ୍ୟାକେଟ ପ୍ରଦାନ କରାଯାଇଥିଲା । ପ୍ରଥମ ପର‌୍ୟ୍ୟାୟରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୦ଟି ସ୍ୱୟଂ ସହାୟିକା ଗ୍ରୁପଙ୍କୁ ତାଲିମ ଦିଆ ଯାଇଛି । ଏହି କାର‌୍ୟ୍ୟକ୍ରମରେ ବାହାନଗା ସହକାରୀ ହଟିକଳଚର ଅଫିସର ପ୍ରଦୀପ କୁମାର ବଳ, ସିମୁଳିଆ ବ୍ଲକ ସହକାରୀ ହଟିକଲଚର ଅଫିସର ସୂର‌୍ୟ୍ୟକାନ୍ତ ମଲ୍ଲିକ, ଖଇରା ସହକାରୀ ହଟିକଲଚର ଅଫିସର ରମେଶ ଚନ୍ଦ୍ର ମଲ୍ଲିକ, ଔପଦା ସହକାରୀ ହଟିକଲଚର ଅଫିସର ମାନସ କୁମାର ରଣା ପ୍ରମୁଖ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କାର‌୍ୟ୍ୟକ୍ରମକୁ ବ୍ଲକ ହଟିକଲଚର ଓଭରସିଅର ବିରଞ୍ଚି ନାରାୟଣ ଶତପଥି, ଏଚଇଓ ଦିବ୍ୟ ପ୍ରକାଶ ମହାପାତ୍ର ଉଦ୍ୟାନ ସାଥି ପଙ୍କଜ କୁମାର ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।