Odiapua.com

ବ୍ଲକ ସମ୍ମୁଖରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ହାଟଡ଼ିହି, ୮ । ୧୧ : (ଓଡିଆପୁଅ / ବିକାଶବିଶ୍ୱାଳ) ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟ ଘୋଡାଉଥିବା ପ୍ରତିବାଦରେ ଆଜି ଶହଶହ ବିଜେପି କର୍ମୀ ବ୍ଲକ ଘେରାଉ କରିବା ସହିତ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଶହଶହ ବିଜେପି କର୍ମୀ ବିଜେପି କାର୍ଯ୍ୟାଳୟରୁ ଏକ ପଟୁଆରରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ବ୍ଲକ କାର୍ଯ୍ୟାଳୟ ଭିତରକୁ ପସିବାକୁ ପୁଲିସ ବିରୋଧ କରିବା ସତ୍ତ୍ୱେ କର୍ମୀମାନେ ପୁଲିସ ବିରୋଧକୁ ଖାତିର ନକରି ବ୍ଲକ କାର୍ଯ୍ୟାଳୟ ଭିତରକୁ ଧଷେଇ ପସିଥିଲେ । ପରେ ସେଠାରେ ଏକ ପ୍ରତିବାଦ ସଭାରେ ବିଜେପି ନେତା ଆଲୋକ ସେଠୀ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜ୍ଞାନେନ୍ଦ୍ର ଜେନା, ତୃପ୍ତୀମୟୀ ଜେନା, ଟିକି କିସ୍କୁ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଟୁମନ୍ତବ୍ୟ ଦେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ବହିଷ୍କାର କରିବା ସହିତ ତାଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ । ମୁକ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଜିବ ବୋଲି କହୁଥିବାବେଳେ ଏଠାରେ ଆଇନକୁ କାହିଁକ ଅଟକାଇ ଜଣେ ନିରୀହ ଅବଳାକୁ ନ୍ୟାୟ ପ୍ରଦାନ କରିବାରେ ବିଳମ୍ବ କରୁଛନ୍ତି କାହିଁକିି ବୋଲି ନେତାମାନେ ପ୍ରଶ୍ନ କରିଥିଲେ । କୁଶପୁତଳିକା ଦାହ ଲାଗି ପୁଲିସ ବିରୋଧ କରିବାରୁ ପୁଲିସ ଓ କର୍ମୀଙ୍କ ଭିତରେ କିଛି ସମ ପର୍ଯ୍ୟନ୍ତ ବାକଯୁଦ୍ଧ ଦେଖିବାକୁ ମିଳିଥିଲା । ପରେ ବିଜେପି କର୍ମମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୂୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏଥିରେ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଶଶିକାନ୍ତ ରାଉତ, ସୁଶାନ୍ତ ଜେନା, ମଧୁସୁଦନ ରାଉତ, ହରମୋହନ ଶାସିନି, କୈଳାଶ ସାମଲ, ଶୁଭାଦ୍ରୀ ବଳିୟାର ସିଂ, ରାଜେଶ ସେଠୀ, ରମାକାନ୍ତ ଶଙ୍ଖୁଆ, ସ୍ୱର୍ଣ୍ଣଲତା ବେହେରା, ମିନତୀ ମହାପାତ୍ର, ଅଧର ବେହେରା, ରମାକାନ୍ତ ନାୟକ, ନିତ୍ୟାନନ୍ଦ ବେହେରା, ଆଲୋକ ଦାଶ, ସତ୍ୟଜିତ ବେହେରା, ସୁଶାନ୍ତ ବେହେରା, ରମାକାନ୍ତ ସାହୁ, ଆଲୋକ ଜେନା, ହେମନ୍ତ ପେରେଇ, ଅଭିନ୍ନ ରାଉଳ, ଧନେଶ୍ୱର ରାଉତ, ଭରତ ମିଶ୍ର, ମଣିଚରଣ ଜେନା, ମାନସ କୁମାର ଜେନା, ଗଗନ ଦାସ, ଗୌରାଙ୍ଗ ଯେନା, ବିଶ୍ୱପ୍ରକାଶ ମହଲା, ଗୋପାଳକୃଷ୍ଣ ସେନାପତି, ଅନନ୍ତ ବେହେରା, ରବିନ୍ଦ୍ର ମଲ୍ଲିକଙ୍କ ସମେତ ଶହଶହ ବିଜେପି କର୍ମୀ ସାମିଲ ହୋଇଥିଲେ ।