Odiapua.com

ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ ରାତିଅଧିଆ ବହି ଚାଲାଣ

ତିର୍ତ୍ତୋଲ ୧୫/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରୁ ରାତିଅଧିଆ ବହି ବାହାରକୁ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ବହିଗୁଡ଼ିକ ଗାଡ଼ି ନମ୍ବର ଓଡ଼ି ୨୧ ଜି ୨୦୪୭ ଏକ ନାଲି ୩ ଚକିଆ ମାଲ ବୁହା ଅଟୋରେ ଲଦାହେଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଲେ। ଏହି ବହି ଦାୟିତ୍ୱରେ ଥିବା ଏବିଓ ବାସନ୍ତି ସେଠୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଥର ଥର ହୋଇ କୌଣସି ଉତ୍ତର ଦେଇପାରିନଥିଲେ। ସୂଚନା ମୁତାବକ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ବହି ବଣ୍ଟନ ଦାୟିତ୍ୱ ଓ ସେହି ଘରର ଚାବି ଏବିଓ ବାସନ୍ତି ସେଠୀଙ୍କ ଦାୟିତ୍ୱରେ ରହେ। ରାତି ଅଧରେ ଏହି ଘର କେମିତି ଖୋଲାହେଲା ଓ କିଏ ଖୋଲିଲା ତାହା ପ୍ରଶ୍ନ ସୃଷ୍ଟି କରିଛି। ୨୦୧୮-୧୯ ରେ ବଳକା ଥିବା ବହି ୨୦୧୯-୨୦ରେ ଆସିଥିବା ବହି ମିଶି ୨୮୮୦୫ ଖଣ୍ଡ ଆସିଥିବାବେଳେ ଉଜ୍ୱଳ – ଉତଥାନ ବହି ୨୬୪୫୬ ଖଣ୍ଡ, ଟିଚର ୱାର୍କ ମୁକ୍ ୧୫୩, ଛାତ୍ର ୱାର୍କ ବୁକ୍ ୧୦୬୯, ଗଣିତ ୱାର୍କ ବୁକ୍ ୧୪୫୭, ଅନ୍ୟାନ ୧୭୧ ଖଣ୍ଡ ବହି ଆସିଥିବା ଏବିଓ ଶ୍ରୀମତି ସେଠୀ ସୂଚନା ଦେଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଏବିଓ ଶ୍ରୀମତି ସେଠୀଙ୍କ ଦାୟିତ୍ୱରେ ଥିବା ବହି ଘରର ଚାବି କିଏ ନେଲା ଓ କିଏ ଖୋଲି ଅଟୋରେ ବହି ଲଦାହୋଇ କେଉଁଠିକି ଯାଉଥିବା ତାହା ସାଧାରଣରେ ପ୍ରଶ୍ନ ଉଠିଛି।