Odiapua.com

ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ

ଟିଟିଲାଗଡ଼ ୧୦-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଆସନ୍ତା ଦଶହରା ପୂଜା ଅବସର ପାଇଁ ଆଗୁଆ ୨୦, ୦୦୦/- କୋଡ଼ିଏ ହଜାର ଟଙ୍କା ଲେଖାଏଁ ଟିଟିଲାଗଡ଼ ଶିକ୍ଷାଅଧିକାରୀଙ୍କ ଜରୀଆରେ ସମସ୍ତ ୬୨୧ ଜଣ ଶିକ୍ଷକଙ୍କୁ ପ୍ରଦାନ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ଶିକ୍ଷକ ପିଛା ଜଣଙ୍କୁ ପାଞ୍ଚଶହ ଟଙ୍କା ଲେଖାଏଁ ଲାଞ୍ଚ ଆଦାୟ କରି ଉକ୍ତ ରାଶି ପ୍ରଦାନ କରାଯାଉଛି ବୋଲି ଅଭିଯୋଗ ହେଉଛି। ଅନେକ ଶିକ୍ଷକ ଏହି ଟଙ୍କା ନ ଦେବାରୁ ତାଙ୍କୁ ସରକାରୀ ଟଙ୍କା ପ୍ରଦାନ କରାଯାଇ ନ ଥିବା ଲିଖିତ ଅଭିଯୋଗ ହୋଇଛି। ଏ ନେଇ ଟିଟିଲାଗଡ଼ (ବି ଇ ଓ) ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ ଏ ନେଇ କିଛି ଲିଖିତ ଅଭିଯୋଗ ତାଙ୍କ ନିକଟରେ ହୋଇ ନ ଥିବା କହିଥିଲେ ଏବଂ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ଜଣେ କିରଣୀଙ୍କ ଜରିଆରେ ଏହି ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ କରି ଶିକ୍ଷକ ମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି।