Odiapua.com

ବ୍ଲକ ବିଜେଡ଼ି ଉପସଭାପତି ହେଲେ ଗଣେଷ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତର ବିଜେଡ଼ି ସଭାପତି ଗଣେଶ ପ୍ରସାଦ ନାୟକଙ୍କୁ ବ୍ଲକ ବିଜେଡି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପଂଚାୟତ ଅଧନ ଗୁଡ଼ୁପାଳ ଗ୍ରାମର ସମାଜସେବୀ ତଥା ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଗଣେଶ ଦୀର୍ଘବର୍ଷ ହେଲା ରାଜନୀତିରେ ରହି ଲୋକ ମାନଙ୍କର ସୁବିଧା ଅସୁବିଧା ବୁଝୁଛନ୍ତି। ସେ ଐତିହାସିକ କାକିମେଘା ମେଳନ କମିଟିରେ ସଭାପତି ପଦବୀରେରହି ସୁଚାରୁ ରୁପେ ଦାଇତ୍ୱ ତୁଲାଉଛନ୍ତି। ତାଙ୍କର ସାଧାରଣ ବ୍ୟବହାର ପାଇଁ ସମସ୍ତେ ତାଙ୍କୁ ଭଲ ପାଉଛନ୍ତି। ସେ ତାଙ୍କର ସେବାକାର୍ଯ୍ୟ ପାଇଁ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି।ସେ ୨୦୧୭ରୁ ପଂଚାୟତର ବିଜେଡ଼ି ସଭାପତି ଭାବେ କାର୍ଯ୍ୟ କରି ଲୋକଙ୍କ ସମସ୍ୟା ସହ ଜଡ଼ିତ ରହିବା ସହିତ ଲୋକମାନଙ୍କର ସେବା କରି ଆସୁଛନ୍ତି । ତାଙ୍କ ସାଙ୍ଗଠନିକ ଦକ୍ଷତା ପାଇଁ ତାଙ୍କୁ ବ୍ଲକ ଉପସଭାପତି ରୂପେ ନିଯୁକ୍ତ କରାଯାଇଛି । ଏହି ପଦବୀ ପାଇବାପରେ ସେ ଖୁସି ବ୍ୟକ୍ତ କରିବା ସଙ୍ଗେସଙ୍ଗେ ଦଳକୁ ଅଧିକ ସୁଦୃଢ କରିବେ ବୋଲି କହିଛନ୍ତି। ସେ ଉପସଭାପତି ହେବାପରେ ବିଜେଡି ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲା ସଭାପତି ତଥା ବିଧାୟକ ଡ. ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ରାଜ୍ୟ ବିଜେଡ଼ି ଅନୁସୂଚୀତ ଜାତି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ଧାମନଗର ନିର୍ବାଚନ ମଣ୍ଡଳୀ ବରିଷ୍ଠ ନେତା ଡା.ସଞ୍ଜୟ ଦାସ , ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।