Odiapua.com

ବ୍ଲକ ଓ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପୁନର୍ଗଠନ ଓ କାର୍ଯ୍ୟାନୟନ ସମ୍ପର୍କିତ ବୈଠକ : ଶିଶୁ ସୁରକ୍ଷା ଦିଗରେ ସମ୍ମିଳିତ ଉଦ୍ୟମ ଲୋଡ଼ା-ଜିଲ୍ଲାପାଳ

ଯାଜପୁର ୧୯.୧୨ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲାପାଳଙ୍କ ସମ୍ମିଳନି କକ୍ଷରେ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ସରକାରଙ୍କର ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ଏକ ଆଭିମୁଖିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାରେ ଗଠିତ ହୋଇଥିବା ବ୍ଲକ ଓ ପଂଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପୁନର୍ଗଠନ ଓ ତ୍ରୟିମାସିକ ବୈଠକ ନିୟମିତ ଆହୁତ କରିବା ପାଇଁ ଜିଲାରେ ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ଜିଲାରେ କାର୍ଯ୍ୟକାରୀ ହେଉଥିବା ବେଟି ବଚାଓ, ବେଟି ପଢ଼ାଓ, ବାଲ୍ୟବିବାହ ନିରାକରଣ ପାଇଁ ମଣ୍ଡଳ ସ୍ତରରେ ଟାସ୍କଫୋର୍ସ ଗଠନ ଓ ବୈଠକ ନେଇ ଆଲୋଚନା କରିଥିଲେ। ସରକାରଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ ଅସୁରକ୍ଷିତ ସ୍ଥାନରେ ଥିବା ଶିଶୁମାନଙ୍କୁ ଉଦ୍ଧାର ଓ ଥଇଥାନ କରିବା ଉପରେ ଆଲୋଚନା କରିଥିଲେ। ଏହି କ୍ଷେତ୍ରରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପଂଚାୟତରାଜ ବିଭାଗର କର୍ମକର୍ତ୍ତାଙ୍କୁ ନେଇ ବ୍ଲକସ୍ତରରେ ଆଲୋଚନା କରିବା ସହ ଶିଶୁ ମାନଙ୍କର ବିକାଶ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସୁନିଶ୍ଚିତ କରିବା ଏକ ପ୍ରଶାସନିକ ଦାୟିତ୍ୱବୋଧ ଅଟେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପଂଚାୟତରାଜ ବ୍ୟବସ୍ଥାରେ ରାଜ୍ୟସରକାର ଶିଶୁ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ସରପଂଚ ମାନେ ପଂଚାୟତ ସ୍ତରୀୟ କମିଟିର ଅଧ୍ୟକ୍ଷ ରହିଛନ୍ତି। ଶିଶୁ ସୁରକ୍ଷା ଦିଗରେ ସେମାନେ ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଶିଶୁ ବିକାଶ ଓ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ହେଲେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆଣିବା ସହ ତୃଣମୂଳ ସ୍ତରରେ ପଂଚାୟତରାଜ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ଶିକ୍ଷା ବିଭାଗର ପ୍ରମୁଖ ଦାୟିତ୍ୱ ରହିଛି। ଭାରତ ବର୍ଷର ଜନସଂଖ୍ୟାର ୩୯ପ୍ରତିଶତ ଶିଶୁ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷା ଓ ବିକାଶ ଦିଗରେ ସମ୍ମିଳିତ ଭାବେ ଉଦ୍ୟମ ଆବଶ୍ୟକ। ମଣ୍ଡଳ ଉନ୍ନୟନ ଅଧିକାରୀ ମାନେ ଏ କ୍ଷେତ୍ରରେ ଯତ୍ନବାନ ହେବା ପାଇଁ ମତପ୍ରକାଶ ପାଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରତି ବ୍ଲକ ଓ ପଂଚାୟତ ସ୍ତରରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା, ବାଲ୍ୟବିବାହ ନିଶେଧ ଆଇନ୍ ଓ କନ୍ୟା ସନ୍ତାନର ସୁରକ୍ଷା ପାଇଁ ଆବଶ୍ୟକିୟ ପ୍ରଶିକ୍ଷଣ ଓ ଜନସଚେତନତା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ କହିଥିଲେ। ବିଶେଷ ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଜିଲାରେ ଅନେକ ବାଲ୍ୟବିବାହ କରାଯିବା ସହିତ ଥଇଥାନ କରାଯାଇ ପାରିଛି। ଶେଷରେ ଶିଶୁ ସୁରକ୍ଷା ୟୁନିଟ୍‌ର କାଳିପ୍ରସାଦ ସାହୁ ଧନ୍ୟବାଦ ଦେଇଥିଲେ।