Odiapua.com

ବ୍ଲକ ଓ ଏନଏସି ଅଚଂଳରୁ ନାଇଟ କର୍ଫ୍ୟୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କୁ ଚିଠିଲେଖିଲେ ପୁବ ର୍ତନ ବାଚସ୍ପତି

ମାଲକାନଗିରି,୨୬ା୩ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଗଣ ପବ ର୍ ବଡ ଯାତ୍ରା ଆରମ୍ଭ ହୋଇ ଯାଇଛି । ଇତିମଧ୍ୟରେ ବଡ ଠାକୁର ଗ୍ରାମାଚଂଳ ଛାଡି ମାଲକାନଗିରି ସହରାଚଂଳ ମୁଖା ହୋଇଗଲେଣି , ଆଉ ଗ୍ରାମାଚଂଲ ଗୁଡିକରେ ଯାତ୍ରା ପାଇଁ କୌଣସି ଭିଡ ନଥିବାରୁ ଗ୍ରାମାଚଂଳ ଗୁଡିକରେ ନାଇଟ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ । ସମଗ୍ର ଜିଲ୍ଲାରେ ଗତ୨୩ତାରିଖ ଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇ ରାତ୍ର ୯ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତର ରହୁଥିବାରୁ ଗ୍ରାମାଚଂଳବାସି ବହୁତ ହଇରାଣ ହରକତ ହେଉଛନ୍ତି । ମାଲକାନଗିରି ଜିଲ୍ଲାର ମୂଖ୍ୟଗଣପବ ର୍ ବଡଯାତ୍ରା ଆରମ୍ଭ ହୋଇ ଯାଇଥିବାରୁ ଏହି କର୍ଫ୍ୟୁ ଜାରି ଧାର୍ମିକ ଭାବନା ଉପରେ ବାଧା ସୃଷ୍ଟିକରୁଛି, ଏହା ଆଦିବାସୀ ଙ୍କ ଅର୍ଥନୈତିକ, ଧର୍ମିକ,ପରମ୍ପରା ଉପେ କୋଠାର ଘାତ କରୁଥିବାରୁ ରାତ୍ରକର୍ଫ୍ୟୁକୁ ଗ୍ରାମାଚଂଳ ଗୁଡିକରେ କୋହଳ କରା ଯାଉ । ଏବେ ଠାକୁର ଜିଲ୍ଲାସଦର ମହକୁମା ପ୍ରବେଶଦ୍ୱାରା ତମସା ନଦୀକୁଳରେ ପହଁଚି ଗଲେଣି ,କେବଳ ମାଲକାନଗିରି ସହର ଓ ପୌରାଚଂଳରେ ହିଁ ବଡ ଯାତ୍ରା ପାଇଁ ଭିଡ ହେବ, ତେଣୁ ମାଲକାନଗିରି ପୌରପରିଷଦ ଅଚଂଳକୁ ବାଦ ଦେଇ ଚିତ୍ରକୋଣ୍ଡା, ମାଥିଲି, କୋରକୁଣ୍ଡା, ମାଲକାନଗିରି,ଖଇରପୁଟ,କାଲିମେଲା, ପଡିଆ ଜିଲ୍ଲାର ସାତଟି ଯାକ ବ୍ଲକ ଓ ବାଲିମେଳା ଏନଏସି ଅଚଂଳରୁ ନାଇଟ କର୍ଫ୍ୟୁକୁ ପ୍ରତ୍ୟାହର କରିଦିଆ ଯାଉ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ପି.କେ.ଜେନା ଙ୍କୁ ଆଜି ପୁବ ର୍ତନ ବାଚସ୍ପତି ପ୍ରହ୍ଲାଦ ଦୋରା ଏକ ଚିଠି ପଠାଇ ଅନୁରୋଧ କରିଛନ୍ତି । ସୁଚନା ଯୋଗ୍ୟ ଯେ ଗତ ୨୪ତାରିଖରେ ଶ୍ରୀ ଦୋରା ଏ ସଂପର୍କରେ ମାଲକାନଗିରି ଜିଲ୍ଲାପାଳ ଡ.ୟେଦୁଲା ବିଜୟଙ୍କୁ ମଧ୍ୟ ଏକ ଚିଠି ଲେଖିଥିଲେ ।
ସୀମାନ୍ତ ଛତିଶଗଡ ରାଜ୍ୟ ଓ ଓଡିଶାର ବିଭିନ୍ନ ଅଚଂଳରେ ପୁଣି କରୋନା ମହାମାରି ଲେଉଟିଥିବାରୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନପକ୍ଷରୁ ୨୩ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁକରାଯାଇଛି । ଏହା ରାତ୍ର୯ଟା ଠାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ବଳବତର ରହିବ । କର୍ଫ୍ୟୁ ଜାରି ପରେ ଜିଲ୍ଲାର ସୀମାନ୍ତ ବର୍ତି ଅଚଂଳ ସହିତ ସହର ସାହି ବସ୍ତିରେ
ପୁଲିସ ପକ୍ଷରୁ ପଇଁତରା ମରା ଯାଇ ଯାନବାହନ ଜାଚଂ ସହିତ ଲୋକମାନଙ୍କୁ ସାବଧାନକରା ଯାଇ ମାସ୍କ ପରିଧାନ ସାମାଜିକ ଦୂରତା ପ୍ରତି ଗୁରୁତ୍ୱ ଦିଆ ଯାଉଛି । ଏହା ବ୍ୟତିତ ବଡ ଯାତ୍ରା ଓ ହୋଲି ଉତ୍ସବରେ କୋଭିଡ ନିୟମକୁ ବଳବତର ରଖାଯାଇଛି । ୨୮ ଓ ୨୯ ତାରିଖରେ ଦୁଇଦିନ ହୋଲି ଉତ୍ସବ ସାଧାରଣ ସ୍ଥାନରେ ପାଳନ କରା ଯିବ ନାହିଁ, ନିଜ ନିଜ ଘରେ ହୋଲି ଉତ୍ସବପାଳି ପାରିବେ ,କେବଳ ଦୋଳ ମେଲଣରେ ମାତ୍ର ୫୦ଣ ଭକ୍ତ କୋଭିଡ ନିୟମପାଳନ କରି ମାସ୍କପରିଧାନ ସହ ସାମାଜିକ ଦୂରତା ଅବଲମ୍ବନକରି ଠାକୁରଙ୍କ ବିମାନ ଯାତ୍ରାରେ ଯାଇପାରିବେ । ଜିଲ୍ଲାର ଗଣପବ ର୍ ବଡଯାତ୍ରା ଆରମ୍ଭ ହୋଇ ଯାଇଥିବାରୁ ଏହି ପବ ର୍ରେ ଲକ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଥାଏ, ଚଳିତ ବର୍ଷ କରୋନା କଟକଣା ପାଇଁ କେବଳ ବଡଯାତ୍ରା ରେ ମାତ୍ର ୨୦୦ଜଣ ଙ୍କୁ ନେଇ ଠାକୁରଙ୍କ ବିମାନ ଯାତ୍ରା ଓ ଉତ୍ସବ ପାଳିତ ହେବ । ସମସ୍ତ ପୁଜାରୀ,ଦିଶାରୀ,ଭକ୍ତ ମାନେ ମାସ୍କ ପରିଧାନସହିତ ୬ଫୁଟ ସାମଜିକ ଦୂରତା ଅବଲମ୍ବନ କରିବେ,ବଡ ଯାତ୍ରା ସମୟରେ କୌଣସି ମିନାବଜାର, ରାମଦୋଳି,ସର୍କସ,ଯାତ୍ରା, ଦେସିଆ ନାଟ,ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାନାହିଁ କି କୌଣସି ଉଠା ଦୋକାନବଜାର ପଡିବ ନାହିଁ, କେବଳ ସ୍ଥାୟୀ ଦୋକାନବଜାର ଗୁଡିକ ଖୋଲା ଯିବ ବୋଲି ଗତ ୨୩ତାରିଖ ଦିନ ଏକ ପ୍ରେସ ନୋଟ ମାଧ୍ୟମରେ ଜିଲ୍ଲାପାଳ ଡ.ୟେଦୁଲା ବିଜୟ ଜନସାଧାରଣ ଙ୍କୁ ସୁଚନା ଦେଇଥିଲେ । ଏହି କର୍ଫ୍ୟୁ ଜାରି ହୋଇଥିବାରୁ ଗ୍ରାମାଚଂଳ ଓ ସହରବାସୀଙ୍କ ମଧ୍ୟରେ ନାନାପ୍ରକାର ପ୍ରତିକ୍ରିୟା ଦେଖା ଦେଇଛି, ଏହି କର୍ଫ୍ୟୁକୁ କେତେ ଜଣ ସମର୍ଥନ କରୁଥିବା ବେଳେ ଅନେକ ଲୋକ ବିରୋଧ କରୁଥିବାର ଜଣାପଡିଛି ।