Odiapua.com

ବ୍ଲକ୍ ସ୍ତରୀୟ କବାଡି ପ୍ରତିଯୋଗିତା ଓ ବିଜ୍ଞାନ ପାଠ୍ୟଚକ୍ର ଅନୁଷ୍ଠିତ

କୋଦଳା : ୨୮/୦୯ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ବ୍ଲକ ସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗୀରଥୀ ସ୍ବାଇଁ, ବ୍ଲକ ଶିକ୍ଷା ଅଧିକାରୀ କମଳା କାନ୍ତ ସାହୁ ଯୋଗଦେଇଥିଲେ। ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମ ରାଜୁ ପାତ୍ର, କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର, ସୂର୍ଯ୍ୟ ନାରାୟଣ ଯେନା, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଅଜୟ ସାହୁ. ପକଂଜ କୁମାର ବେହେରା, ମଂଜୁଲତା ଡାକୁଆ ପ୍ରମୁଖ ଉପସ୍ଥିତ ରହି ଏହି କ୍ରୀଡା ପରିଚାଳନା କରିଥିଲେ। ବ୍ଲକର ମୋଟ ୨୫ଟି ବିଦ୍ୟାଳୟର ୧୧୭ ଜଣ ଛାତ୍ରଛାତ୍ରୀ ଏହି କବାଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥି ମଧ୍ୟରୁ ୧୬ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ କ୍ରୀଡାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଆମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତରେ ଉକ୍ତ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ପାଠ୍ୟ ଚକ୍ର ମଧ୍ଯ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ୧୩ଟି ହାଇସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରଥମ ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମନୋନୀତ ହେବେ ବୋଲି ସୂଚନା ରହିଛି।