Odiapua.com

ବ୍ଲକସ୍ତରୀୟ ୫ଟି ହାଇସ୍କୁଲ କାର୍ଯ୍ୟ ସମୀକ୍ଷା ବୈଠକ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୫ଟି ହାଇସ୍କୁଲଗୁଡିକର ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇ ଆଗାମୀ ପୂଜାଛୁଟି ସହ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୫ଟି ନୋଡାଲ ଅଧିକାରୀ ତଥା ବିଡିଓ ଦେବଦତ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଓ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ ଯୋଗଦେଇ ବ୍ଲକ ସ୍ତରରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାନ୍ୱାୟାନ ହୋଇଥିବା ୨ଟି ହାଇସ୍କୁଲ ସମେତ ୨ୟ ପର୍ଯ୍ୟାୟରେ ୫ଟି ଅନ୍ତର୍ଭୁକ୍ତ ହୋଇଥିବା ୧୧ଟି ହାଇସ୍କୁଲର ବକେୟା କାର୍ଯ୍ୟ, କାର୍ଯ୍ୟ ସମ୍ପୁର୍ଣ୍ଣ ପରବର୍ତ୍ତି କାର୍ଯ୍ୟକାରୀତା ଆଦି ସମ୍ପର୍କରେ ସ୍କୁଲୱାରୀ ସମୀକ୍ଷା କରିଥିଲେ। ବିଦ୍ୟାଳୟଗୁଡିକର ପରିବେଶ ଉନ୍ନୟନ ସମ୍ପର୍କୀୟ ଅଧୁରା କାର୍ଯ୍ୟଗୁଡିକୁ ପୂଜାଛୁଟି ସମାପ୍ତ ପୂର୍ବରୁ ସମ୍ପାଦନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ହାଇସ୍କୁଲଗୁଡିକରେ ଅଚଳ ହୋଇପଡିଥିବା କମ୍ପୁଟର, ହେଡଫୋନ, ଇନର୍ଭରଟରକୁ ସଚଳ କରିବା ପାଇଁ ବିଜ୍ଞାନ ପରୀକ୍ଷାଗାର ଉପକରଣ, ପାନୀୟ ଜଳ ଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ, ପାଠାଗାର ଉପଯୋଗୀ ପୁସ୍ତକ କ୍ରୟ ପାଇଁ ବିଦ୍ୟାଳୟରେ ମହଜୁଦ ଥିବା ସଂରକ୍ଷଣ ପାଣ୍ଠିକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ପୂଜା ଛୁଟି ସହ ସମସ୍ତ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭଣ୍ଡାରିପୋଖରୀ ହାଇସ୍କୁଲ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା, ମଞ୍ଜୁରୀରୋଡ ଜିପିୟୁ ବିଦ୍ୟାପୀଠ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଜେନା, ଜଳହରୀ ଉଚ୍ଚବିଦ୍ୟାପୀଠ ପ୍ରଧାନଶିକ୍ଷକ ଅଶୋକ ଶତପଥି, ଯଶୋଟିକିରି ହାଇସ୍କୁଲ ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦ, ବାରିକପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସୁଜାତା ମଲ୍ଲିକ, ହାରାମଣୀ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ କଳ୍ପନା ଧଳ, ଚିଙ୍ଗୁଡିପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ବିକଶି ସାହୁ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।