Odiapua.com

ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଶୁକ୍ରବାର ମୀରହସନପୁର ଉପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମେଳାକୁ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦଘାଟନ କରିଥିଲେ । ଏଥିରେ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ଓଡିଶା ବିଜ୍ଞାନ ଏକାଡେମୀ ସଦସ୍ୟ ଇଂ ଅଭୟ କୁମାର ସୂତାର ମୁଖ୍ୟବକ୍ତା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଡଃ ମାୟାଧର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ବିଡିଓ ଦେବଦତ୍ତ ଦାସ, ସ୍ଥାନୀୟ ସରପଞ୍ଚ ଅମୂଲ୍ୟ କୁମାର ନାୟକ, ସମିତି ସଭ୍ୟା ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ପ୍ରଧାନଶିକ୍ଷକ ମୋହନ ସୋରେନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁଜ୍ଞାନର ଉନ୍ମେଷ ଦିଗରେ ବିଜ୍ଞାନମେଳା ବେଶ ଉପଯୋଗୀ ସାବ୍ୟସ୍ତ ହୋଇଆସୁଛି । ଶିଶୁ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ନୂଆ ଭାବନାର ଉଦ୍ରେକ କରି ଭବିଷ୍ୟତର ସଫଳ ବୈଜ୍ଞାନିକ ହେବା ପାଇଁ ପଥପ୍ରଦର୍ଶନ କରୁଛି ବୋଲି କହିଥିଲେ ।

ମେଳାରେ ୧୧୦ଟି ବିଜ୍ଞାନ, ପରିବେଶ ଓ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ସଂଯୋଜକ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ । କୁଇଜ ପରିଚାଳନା ବିଜ୍ଞାନଶିକ୍ଷକ ଗୌରୀଶଙ୍କର ମିଶ୍ର, ଶିକ୍ଷକ ଶରତ ଚନ୍ଦ୍ର କୁଣ୍ଡୁ ମ୍ୟାଜିକ ସୋ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଦିପ୍ତୀମୟୀ ସାହୁ ଓ ପ୍ରମୋଦ କୁମାର ପାଢୀ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ । ନିୟମ ମାନ୍ତୁ, ସୁସ୍ଥ ରୁହନ୍ତୁ ପ୍ରକଳ୍ପରେ ପ୍ରିୟଙ୍କା ରାଉତ, ମାଣ୍ଡିଆଚାଷରେ ସୁଚିସ୍ମୀତା ବିଶ୍ୱାଳ, ଅମ୍ଳବର୍ଷା ପ୍ରତିକାର ପାଇଁ ପୁନମ ମହାରଣା, ସ୍ମାର୍ଟ ଟ୍ରାଫିକରେ ସ୍ୱାଗତ ନାୟକ, କାର୍ବନ ପ୍ୟୁରିଫାଏରରେ ବୈଭବ କୁମାର ସାହୁ, ସୋଲାର ବୋଟରେ ଗିତାଞ୍ଜଳୀ ମହାରଣାଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ଉଦଯାପନୀ ଉତ୍ସବରେ ଏବିଇଓ ଅକ୍ଷୟ କୁମାର ଜେନା, ଉମେଶ ଯେନା, ପ୍ରଧାନଶି୪କ ରତିକାନ୍ତ ବେହେରା, ଅଜୟ କୁମାର ନନ୍ଦ, ପୂର୍ବତନ ସମିତି ସଭ୍ୟ ବିକାଶ ସାମଲ, କାର୍ତ୍ତିକ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରକଳ୍ପଗୁଡିକୁ ପୁରସ୍କୃତ କରିଥିଲେ । ନିତ୍ୟାନନ୍ଦ ରାୁତ ଅତିଥି ପରିଚୟ ଓ ଶି୪କ ରଞ୍ଜନ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଅଜୟ ରାୟ, କୈଳାସ ସାମଲ, ବିପିନ ବିହାରୀ ଯେନା, ମଧୁସୂଦନ ମହାପାତ୍ରଙ୍କ ସମେତ ଶିକ୍ଷକ, ଶିକ୍ଷାସଂଯୋଜକମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।