ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ହରସିଂହପୁର ପଂଚାୟତ ଅଧୀନ ବାରବାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ସ୍କୁଲରେ ବୁଧବାର ପୂର୍ବାହ୍ନରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ଓ ସୁସ୍ଥ ଜୀବନ ଶୈଳୀ ପ୍ରକଳ୍ପ ପ୍ରଦର୍ଶନୀ ଉତ୍ସ୍ୱ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ବିଡ଼ିଓ ନିରଞ୍ଜନ ବାରିକ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷାଧିକାରିଣୀ ସୁଶ୍ରୀ ସୂର୍ଯ୍ୟଶିଖା ମହାନ୍ତି ସଭାପତିତ୍ୱ କରି କହିଥିଲେ ଯେ,ବିଜ୍ଞାନ ଏକ ପରିଭାଷା।ପିଲାମାନଙ୍କୁ ବିଜ୍ଞାନ ମନସ୍କ କରାଇଲେ ଭବିଷ୍ୟତରେ ସେମାନେ ବୈଜ୍ଞାନିକ ହୋଇପାରିବେ।ଶିକ୍ଷକ ମନ୍ମଥ ନାଥ ଦାସ ସଭାରେ ସଂଯୋଜନା କରିଥିଲେ ।ଏଥିରେ ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ବାରିକ ଯୋଗଦେଇ ପ୍ରଶ୍ନ ଉତୋର କାର୍ଯ୍ୟକ୍ରମ ହିଁ ବିଜ୍ଞାନ । ବିଦ୍ୟାଳୟରେ କିଛି ସମୟପାଇଁ ପ୍ରଶ୍ନ ଉତୋର କାର୍ଯ୍ୟକ୍ରମ ରଖିଲେ ପିଲାମାନେ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇପାରିବେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଜ୍ଞାନ ଏକାଡେମୀ ସଦସ୍ୟ ଅଧ୍ୟାପକ ରବିନ୍ଦ୍ର କୁମାର ଜେନା ଯୋଗଦେଇ ପିଲାମାନେ ନିଜର ଜ୍ଞାନ କୌଶଳରେ ପ୍ରକଳ୍ପ ତିଆରିକଲେ ଭବିଷ୍ୟତରେ ଜଣେ ଜଣେ ବଡ ବୈଜ୍ଞାନିକ ହୋଇପାରିବେ।ବିଜ୍ଞାନମେଳା ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିଥାଏ ବୋଲି କହିଥିଲେ । ସମ୍ନାନିତ ଅତିଥି ଭାବେ ସରପଂଚ ଅଜୟ କୁମାର ମହାନ୍ତି, ଏବିଇଓ ଲକ୍ଷ୍ମୀପ୍ରିୟା ମାଝୀ, ବିଜ୍ଞାନ ସଂଯୋଜିକା ରଶ୍ମିରେଖା ସୂତାର, ସିଆରସିସି ମାନସ କୁମାର ରାଉତ, ବୈଷ୍ଣବାନନ୍ଦ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ପାଲ, ସ୍କୁଲ ପରିଚାଳନା କମିଟି ସଭାପତି ଜଟାଧାରୀ ଦାସ, ପ୍ରଧାନ ଶିକ୍ଷକ ବସନ୍ତ କୁମାର ଗିରି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ଶିକ୍ଷକ ଦେବବ୍ରତ ଶତପଥୀ ଓ କେଶବ ଚନ୍ଦ୍ର ସାହୁ ମଂଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟାର ସଭାପତି ସମରେନ୍ଦ୍ର ନାଥ ମିଶ୍ର, ସମ୍ପାଦକ ବିଶ୍ୱନାଥ ପଣ୍ଡା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, ଉପସଭାପତି କଲାମ ଖାଁ,ସଂଗଠନ ସମ୍ପାଦକ ଶ୍ରୀନାଥ ମଲିକ,ପ୍ରଧାନଶିକ୍ଷକ ପ୍ରଶାନ୍ତ ମହାନ୍ତି, କାଳୀପଦ ଦାସ, ଲଷ୍ମୀଧର ପତି, ଭକ୍ତବନ୍ଧୁ ପତି, ରରଘୁନାଥ ଦାସ,କୃଷ୍ଣ ଚନ୍ଦ୍ର ମାଝୀ,ସରୋଜ ଓଝା, ବଂଶୀଧର ଦାସ, ପ୍ରଭାସ କୁମାର ପଣ୍ଡା,ସନ୍ତୋଷ ପାଣିଗ୍ରାହୀ , ଶ୍ରୀନାଥ ମଲ୍ଲିକ,ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗତ ମାସ ୨୩ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ କୁଇଜ ପ୍ରତିଯୋଗିତାରେ ୧ମ ହୋଇଥିବା ସ୍ଥିତପ୍ରଜ୍ଞ ସାହୁ, ୨ୟ ଆଶୀର୍ବାଦ ଦାସ ଓ ୩ୟ ଅଂଶୁମାନ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଦର୍ଶନୀରେ ୧୨୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ତନ୍ମଧ୍ୟରୁ ବାଲ ବୈଜ୍ଞାନିକରୁ ୭ଟି ଏବଂ ସୁସ୍ଥ ଜୀବନ ଶୈଳୀରୁ ୭ଟି ପ୍ରକଳ୍ପ ବିଚାରକଙ୍କ ଦ୍ୱାରା ମନୋନୀତ ହୋଇ ଜିଲା ସ୍ତରକୁ ଉନ୍ନୀତ ହୋଇଥିଲା । ଛାତ୍ରୀଛାତ୍ର ମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ବ୍ଲକର ସମସ୍ତ ସିଆରସିସି, ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଂଚଳବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।