Odiapua.com

ବ୍ଲକସ୍ତରୀୟ ଜଳ ଗୁଣବତା ପରୀକ୍ଷଣ ପ୍ରଶିକ୍ଷଣ ଶିବିର କାହା ସ୍ୱାର୍ଥରେ !

???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ଗ୍ରୀଷ୍ମ ପ୍ରଭାବ ରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ୁଛି।ଧାମନଗର ଅଂଚଳ ରେ ଜଳବିନା ଲୋକେ ଆଉଟୁ ପାଉଟୁ ହେଉଛନ୍ତି।ଅନେକ ସ୍ଥାନ ରେ ଜଳ ଯୋଗାଣ ସେବା ଠପ ହୋଇ ପଡିଛି। ହେଲେ ଗ୍ରାମ୍ୟ ଜଳ ଯୋଗାଣ ଏସ ଡି ଓ ନିଦା ବିଷ୍ଣୁ ସାଜିଛନ୍ତି।ପ୍ରକାଶ ଥାଉକି ଧାମନଗର ବ୍ଲକ ଅଂଚଳରେ ଥିବା ଆଠ ଶହରୁ ଉର୍ଦ୍ଧ୍ୱ ନଳକୂପ ମଧ୍ୟରୁ ଦୀର୍ଘଦିନ ହେବ ଶତାଧିକ ଅଚଳ ହୋଇ ପଡ଼ିଛି। ଏଥି ସହିତ ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କି ମଧ୍ୟରୁ ଅଧିକାଂଶ ଗ୍ରାମ କୁ ପାଣି ଯୋଗା ଜାଇ ପରିନାହି। କେଉଁଠି ଟାଙ୍କି ନିର୍ମାଣ ସରିନି ତ କେଉଁଠି ପାଇପ ବିଛା ଯାଇନି ଓ ବିଦ୍ୟୁତ ସଂଯୋଗ ହୋଇନି ଏଭଳି ବହୁ ସମସ୍ୟାର ରହିଛି। ମାତ୍ର ଧାମନଗର ବ୍ଲକ ଅଂଚଳରେ ସରକାରୀ ଯୋଜନାରେ ମଧୁର ପାନୀୟ ଜଳଯୋଗାଣ ଦିଗହରା ହୋଇଛି। ଏଭଳି ସମସ୍ୟା କେବଳ ଏହି ବିଭାଗରେ ଏସଡିଓ ପାଇଁ ବୋଲି ସଭିଏଁ ଜାଣନ୍ତି। ତାଂକ କର୍ତବ୍ୟ ଓ ଦାୟିତ୍ୱ ହୀନତା ପାଇଁ ଧାମନଗର ର ଗ୍ରାମ୍ୟ ଜଳଯୋଗାଣ ପ୍ରହସନ ପାଲଟିଛି। କାହିଁକି କେଜାଣି ଉପରିସ୍ଥ ଅଧିକାରି ଓ ମନ୍ତ୍ରୀ ଉକ୍ତ ଅଧିକାରି ଙ୍କ ଉପରେ ପ୍ରଶନ୍ନ ତାହା ସଧାରଣ ରେ ପ୍ରଶ୍ନ ବାଚିସୃଷ୍ଟି କରିଛି।ଏହି ନିଦାଘ ଖରା ଓ ଅସହ୍ୟ ଗୁଳୁଗୁଳି ସମୟରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଥିବା ସମୟରେ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ବୁଧବାର ଦିନ ମଧୁର ପାନୀୟ ଜଳ ପରୀକ୍ଷଣ ପାଇଁ ବ୍ଲକ ଅଂଚଳର ଏମ ବି କେ ମାନଙ୍କୁ ପ୍ରଶିକ୍ଷଣ ଓ ଆବଶ୍ୟକୀୟ କିଟ ପ୍ରଦାନ କରାଯାଇ ଥିଲା। ଏଥିରେ ଧାମନଗର ବ୍ଲକର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସମ୍ପୃକ୍ତ ଦୁଇ ଯନ୍ତ୍ରୀ ଜସ୍ମିନ ଦାସ ଓ ଶିବ ପ୍ରସାଦ ବୁଦୁଲା ଏବଂ ଜିଲ୍ଲା କାର୍ଯ୍ୟାଳୟର ପରୀକ୍ଷଣ ଅଧିକାରୀ ଉପସ୍ଥିତ ଏମବିକେ ମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ ହେଲେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ବିଭାଗୀୟ ଏସଡିଓ ଙ୍କ ଅନୁପସ୍ଥିତ କାହିକି ଥିଲା। ଏଠାରେ ପ୍ରଶ୍ନ ଉଠେ ସରକାରୀ ସ୍ତରରେ ମଧୁର ପାନୀୟ ଜଳଯୋଗାଣ ଯେଉଁଠି ଦିଗ ହରା ସେଠାରେ ଜଳ ପରୀକ୍ଷଣ ପାଇଁ ଏତେ ଅର୍ଥ ଶ୍ରାଦ୍ଧ କାହିଁକି। କେଉଁ ଠାରେ ମଧୁର ଜଳ ପରୀକ୍ଷା କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଜଳଯୋଗାଣ ପରିମଳ ଖଣ୍ଡ ଭଦ୍ରକ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।