Odiapua.com

ବ୍ଲକର ଟପର ବୈଜୟନ୍ତ : ଡାକ୍ତର ହେବାକୁ ଲକ୍ଷ୍ୟ

ବାହାନଗା,୨୬ା୬(ଭାରତୀ ଦାସ/ ଓଡ଼ିଆ ପୁଅ) : ବିନା ପରୀକ୍ଷାରେ ପଳ ବାହାରିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଲାଗି ।ହିବା ସହ ବିଭତନ୍ନ ଯୁକ୍ତି ତର୍କ ଦେଖିବାକୁ ମିଳୁଛି । ପୁଣିବି କେହି ଛାତ୍ର ଛାତ୍ରୀ ଦୁଖ କରୁଛିତ କେହି ଖୁସି ହେଉଥିବାର ଦେଖା ଯାଇଛି । ଏହି କ୍ରମରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଫଳ ପ୍ରକାଶ ପାଇବା ପରେ ସାଉଡ଼ ସ୍ଥିତ ଶିବ ପ୍ରସାଦ ହାଇସ୍କୁଲରୁ ବ୍ଲକର ସର୍ବାଧିକ ୫୭୧ନଂ ରଖି ବୈଜୟନ୍ତ ବେହେରା ପ୍ରଥମ ସ୍ଥାନରେ ଥିବାର ଜଣାପଡ଼ିଛି । ଦ୍ୱିତୀୟ ସ୍ଥାନରେ ଡିଏନ ହାଇସ୍କୁଲ ସରସତିଆର ଛାତ୍ର ଆଷତୋଷ ଖିଲାର (୫୬୨) ନମ୍ବର ରଖି ଥିବା ବେଳେ ତୃତୀୟ ସ୍ଥାନରେ ସାଉଡ଼ ଶିବପ୍ରସାଦ ହାଇସ୍କୁଲର ଛାତ୍ରୀ ହରପ୍ରିୟା ବେହେରା (୫୫୯) ରଖି ତୃତୀୟ ସ୍ଥାନରେ ରହିଛନ୍ତିା ତେବେ ପ୍ରଥମ ସ୍ଥାନରେ ଥିବା ବୈଜୟନ୍ତଙ୍କୁ ପଚାରିବାରୁ ସେ ଡାକ୍ତର ହୋଇ ରୋଗୀ ସେବାେରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି । ତେବେ ବୈଜୟନ୍ତଙ୍କ ବାପା ନାରାୟଣ ପ୍ରସାଦ ବେହେରା ଜଣେ ଶିକ୍ଷକ ହୋଇ ଥିବାର ଜଣାପଡ଼ିଛି ।