Odiapua.com

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବେ ଋଷି ସୁନାକ

ନୂଆ ଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ଭାରତୀୟ ମୂଲକର ଋଷି ସୁନାକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବେ। ସୂଚନାଯୋଗ୍ୟଯେ, ଅକ୍ଟୋବର ୨୦ ରେ, ସାଂସଦଙ୍କ ବିଦ୍ରୋହ ପରେ ଲିଜ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଋଷି ସୁନାକ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦାୟିତ୍ତ୍ବ ଗ୍ରହଣ କରିବାକୁ ଯାଉଛନ୍ତି। ଅକ୍ଟୋବର ୨୮ ରେ ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତାଙ୍କୁ ୧୮୦ ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିଲେ, କିନ୍ତୁ ସାଂସଦଙ୍କ ସମର୍ଥନ ଅଭାବରୁ ସେ ତାଙ୍କ ନାମ ପ୍ରତ୍ୟାହାର କରିନେଲେ। ଏହା ପରେ ସୁନାକ ଏବଂ ପେନି ମର୍ଡଣ୍ଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ମାତ୍ର ଏହି ସଂଖ୍ୟାରେ ୧୮୫ ସାଂସଦଙ୍କ ସମର୍ଥନ ନେଇ ସୁନାକ ଆଗକୁ ଯାଇଥିବାବେଳେ ମର୍ଡଣ୍ଟ ୧୦୦ ସାଂସଦଙ୍କ ସମର୍ଥନ ମଧ୍ୟ ପାଇପାରିନଥିଲେ।